ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନ୍ମଦିନର ଶୁଭେଚ୍ଛା ଜଣାଇବା ପରେ ଜାତୀୟ ରାଜନୀତି ହୋଇଯାଇଛି ସର୍‌ଗରମ୍।

ଆଜିକାଲିର ଗୋଳିଆ ରାଜନୀତି ଭିତରେ କିଏ କାହାକୁ କେତେବେଳେ ବଧେଇ ଦେବ ଜାଣିବା କଷ୍ଟ। ଏବେ ଏବେ ସେହିଭଳି ଗୋଟିଏ ଘଟଣା ଘଟିଛି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଜନ୍ମଦିନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥି ପୂର୍ବରୁ ଲୋକସଭାରେ ରାହୁଲଙ୍କ ଚର୍ଚ୍ଚିତ ଭାଷଣ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗଳାରେ ଲଗାଇବା ଘଟଣାରେ ଶିବସେନା କଂଗ୍ରେସ ସଭାପତିଙ୍କୁ ଜୋରଦାର ପ୍ରଶଂସା କରିଥିଲା।

ଆଜିର ସନ୍ଦେଶରେ ରାହୁଲ ଉଦ୍ଧବଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ନିରୋଗ କାମନା ବି କରିଥିଲେ। ବିଗତ କିଛି ଦିନ ମଧ୍ୟରେ କଂଗ୍ରେସ ଓ ଶିବସେନା ଭିତରେ ସମ୍ପର୍କ ମଧୁର ହେବା ଦେଖାଯାଉଛି। କଂଗ୍ରେସ ଓ ରାହୁଲଙ୍କୁ ବରାବର ସମାଲୋଚନା କରି ଆସିଥିବା ଶିବସେନା ଏବେ ରାହୁଲଙ୍କ ପ୍ରତି ନରମ ଭାବ ପ୍ରଦର୍ଶନ କରିବା ଦେଖାଯାଉଛି। ଅନାସ୍ଥା ପ୍ରସ୍ତାବ ବେଳେ ଶିବସେନା ନେତାମାନେ ରାହୁଲଙ୍କ ଖୁବ୍ ପ୍ରଶଂସା କରିଥିଲେ। ଶିବସେନା ନେତା ସଂଜୟ ରାଉତ କହିଥିଲେ ସଂସଦରେ ରାହୁଲଙ୍କ ଭାଷଣ ବିଜେପିକୁ ଜୋର ଝଟକା ଦେଇଛି।

Comment