ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। କଟକ-ଭୁବନେଶ୍ୱର ଟୁଇନ୍ ସିଟି ପୋଲିସ କମିଶନର ବଦଳିଥିବା ବେଳେ ଚାରି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବଦଳିଛନ୍ତି। ଏହାସହ ଆଉ କିଛି ବରିଷ୍ଠ ଅଧିକାରୀଙ୍କ ମଧ୍ୟ ଅଦଳ ବଦଳ କରାଯାଇଛି।

କଟକ-ଭୁବନେଶ୍ୱର ଟୁଇନ୍ ସିଟିର ନୂଆ ପୋଲିସ କମିଶନର ଭାବେ ସତ୍ୟଜିତ ମହାନ୍ତିଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। କମିଶନର ଥିବା ୱାଇ ବି ଖୁରାନିଆଙ୍କୁ ଏଡିଜି ପ୍ରୋଭିଜନିଂକୁ ବଦଳି କରାଯାଇଛି। ସେହିପରି ବରିଷ୍ଠ ଆଇପିଏଏସ୍ ଅଫିସର ଅମିତାଭ ଠାକୁରଙ୍କୁ ସ୍ୱତନ୍ତ୍ର ସଶସ୍ତ୍ର ପୋଲିସର ଆଇଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏବେ ସେ ଆଇଜି ଆଇନ୍ ଶୃଙ୍ଖଳା ଦାୟିତ୍ୱରେ ରହିଛନ୍ତି।

ଏମ୍‌ ସନ୍ଦୀପ ସମ୍ପଦଙ୍କୁ କ୍ରାଇମବ୍ରାଞ୍ଚ ଏସ୍‌ପି କରାଯାଇଛି। ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି ଚାରିଟି ଜିଲ୍ଲାର ଏସ୍‌ପି ମଧ୍ୟ ବଦଳିଛନ୍ତି। ପଣ୍ଡିତ ରାଜେଶ ଉତ୍ତମ ରାଓ ଭଦ୍ରକର ନୂଆ ଏସ୍‌ପି ହୋଇଥିବା ବେଳେ କଳାହାଣ୍ଡି ଏସ୍‌ପି ହୋଇଛନ୍ତି ବାତ୍ତୁଲା ଗଙ୍ଗାଧର, ସୋନପୁର ଏସ୍‌ପି ହୋଇଛନ୍ତି ଦେବୀ ପ୍ରସାଦ ଦାଶ, ନୟାଗଡ଼ ଏସ୍‌ପି ଭାବେ ଶଶୀଭୂଷଣ ଶତପଥୀଙ୍କୁ ନିଯୁକ୍ତି ଦିଆଯାଇଛି।

Comment