ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର। ପୋଲିସ ଓ ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି। ଛାତ୍ର କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ୍। ବେକାରୀ ସମସ୍ୟାକୁ କେନ୍ଦ୍ର କରି ଆନ୍ଦୋଳନ ଚାଲିଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।

ବେକାରୀ ସମସ୍ୟାକୁ କେନ୍ଦ୍ର କରି ଆଜି ରାଜରାସ୍ତାକୁ ଓହ୍ଲାଇଥିଲା ଛାତ୍ର କଂଗ୍ରେସ। ମାଷ୍ଟରକ୍ୟାଣ୍ଟିନସ୍ଥିତ କଂଗ୍ରେସ ଭବନରୁ ଶୋଭାଯାତ୍ରାରେ ବାହାରି ବିଧାନସଭା ଘେରିବାକୁ ଯାଉଥିଲେ ଶତାଧିକ ଛାତ୍ର କଂଗ୍ରେସ କର୍ମୀ। ହେଲେ ଅଧାବାଟରେ ପୋଲିସ ବାଧା ଦେଲା। ଫଳରେ ପୋଲିସ ଏବଂ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ପୋଲିସ ୫୦ ଜଣ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା। ବେକାରୀ ସମସ୍ୟାକୁ ନେଇ ଆଜି ସାରା ଦେଶରେ ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ନେତୃତ୍ୱରେ ଆନ୍ଦୋଳନ ଚାଲିଥିଲା।

Comment