ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସେପ୍ଟେମ୍ବର ୧ ରେ ଭୋଟର ଚିଠା ତାଲିକା
  • ଅକ୍ଟୋବର ୩୧ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଉଠାଇବା ପାଇଁ ଦିନ ଧାର୍ଯ୍ୟ
  • ନଭେମ୍ବର ୩୦ ପୂର୍ବରୁ ଦାବି ଓ ଆପତ୍ତି ଫଇସଲା
  • ୬ଟି ରାଜ୍ୟରୁ ଆସିବ ଇଭିଏମ୍

ଦେଶରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ହେଉଥିଲା। ୨୦୧୯ ନୁହେଁ ୨୦୧୮ରେ ନିର୍ବାଚନ ହୋଇପାରେ ବୋଲି ଆକଳନ କରାଯାଉଥିଲା। ହେଲେ ଏହି ଚର୍ଚ୍ଚାରେ ବ୍ରେକ୍ ଲାଗିଥିବା ଜଣାପଡ଼ିଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଆଗୁଆ ନିର୍ବାଚନ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି। ଏହାସହ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଭୋଟର ତାଲିକା ସଂଶୋଧନ ନେଇ ଦିନ ଧାର୍ଯ୍ୟ କରିଛନ୍ତି।

ସେପ୍ଟେମ୍ବର ୧ ତାରିଖରେ ଭୋଟର ଚିଠା ତାଲିକା ପ୍ରକାଶ କରାଯିବ। ଅକ୍ଟେର ୩୧ ପର୍ଯ୍ୟନ୍ତ ଦାବି ଓ ଆପତ୍ତି କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ନଭେମ୍ବର ୩୦ ପୂର୍ବରୁ ସମସ୍ତ ଦାବି ଓ ଆପତ୍ତି ଫଇସଲା ହେବ। ଜାନୁଆରୀ ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପରେ ନିର୍ବାଚନ ଦିନ ଧାର୍ଯ୍ୟ କରାଯିବ।

ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି କହିଛନ୍ତି ଯେ ଆଗାମୀ ନିର୍ବାଚନରେ ଇଭିଏମ୍‌ ସହ ଭିଭିପାଟ୍ ମେସିନ୍ ବ୍ୟବହାର କରାଯିବ। ଛତିଶଗଡ଼, ଆସାମ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରୁ ଇଭିଏମ୍‌ ମେସିନ୍ ଓଡ଼ିଶା ଅଣାଯିବ।

ଦୁଇ ଜଣ ଅତିରିକ୍ତ ନିର୍ବାଚନ ଅଧିକାରୀ, ଦୁଇ ଜଣ ଡେପୁଟି ନିର୍ବାଚନ ଅଧିକାରୀ ଏବଂ ଜଣେ ଯୁଗ୍ମ ଅଧିକାରୀଙ୍କୁ ନିଯୁକ୍ତି କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା କୁହାଯାଇଛି।

Comment