ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ଛାଡ଼ିଲେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ। ଗୁରୁବାର ଦିନ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ନିଜ ଇସ୍ତଫାପତ୍ରକୁ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଛନ୍ତି।

ମେ’ ୨୫ ତାରିଖରେ ସତ୍ୟବାଦୀରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଆଜି ରମାରଞ୍ଜନ ବଳିୟାରସିଂହ ବିଜେପି ଛାଡ଼ିବା ଦଳ ପାଇଁ ଶକ୍ତ ଧକ୍କା ବୋଲି କୁହାଯାଉଛି।

ଦଳ ପ୍ରତି ଅସନ୍ତୋଷ କାରଣରୁ ସେ ବିଜେପି ଛାଡ଼ିଛନ୍ତି। ରମାରଞ୍ଜନ ବଳିୟାରସିଂହ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି, ‘ବର୍ଷ ବର୍ଷ ଧରି ଦଳ ଦେଇଥିବା ସମସ୍ତ ଦାୟିତ୍ଵକୁ ମୁଁ ନିଷ୍ଠାର ସହ ସମ୍ପାଦନ କରିଆସିଛି। କିନ୍ତୁ ଦଳ କ୍ରମାଗତ ଭାବେ ସତ୍ୟବାଦୀ ଏବଂ ମୋତେ ପ୍ରତାରିତ କରିଛି’।

ରମାରଞ୍ଜନ ବଳିୟାରସିଂହ ୨୦୦୪ ମସିହାରେ ସତ୍ୟବାଦୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ରମାରଞ୍ଜନ ପୂର୍ବରୁ ବିଜେଡିରେ ଥିଲେ। ପରେ ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ଆଜି ବିଜେପି ଛାଡ଼ିବା ପରେ ସେ ପୁଣି ବିଜେଡିକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Tags: #Politics #OdishaPolitics #RamaranjanBaliarsingh #Odisha #Satyabadi #Election #BJP

LEAVE A REPLY

Please enter your comment!
Please enter your name here