ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ମେଘପୁର ଜୋରଳ ବେବର୍ତ୍ତା ପୋଖରୀ ନିକଟରେ ଥିବା ସହିଦ ବାସୁ ବିସୁନିଙ୍କ ସ୍ମୃତି ସ୍ତମ୍ଭ ନିକଟରୁ ମାଟି ଭୁବନେଶ୍ୱର ନିଆଯାଇଛି। ଏହି ପବିତ୍ର ମାଟିକୁ ଗରାପୁର ଡାକ ବଙ୍ଗଳାଠାରେ ସ୍ଥାନୀୟ ଜନ ସାଧାରଣ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ସମ୍ବର୍ଦ୍ଧିତ କରିଥିଲେ। ହେଲେ ଏହାକୁ ନେଇ ବିବାଦ ଉଠିଛି। ସ୍ମୃତି କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରା ନଯାଇ ମାଟି ଉଠାଇ ଯାଇଥିବାରୁ ବିରୋଧ କରାଯାଇଛି।

ସହିଦଙ୍କୁ ଅପମାନ ଦିଆଯାଇଥିବାରୁ ଏହାର ପ୍ରତିବାଦରେ ରାଜକନିକାର ସ୍ୱେଚ୍ଛାକେବୀ ଶ୍ରୀକାନ୍ତଙ୍କ ସହିତ କେତେକ ଯୁବକ କେନ୍ଦ୍ରାପଡ଼ା ଗରାପୁରସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତ ତଳେ ଅନଶନରେ ବସିଛନ୍ତି। ଏଥିପାଇଁ ମହାକାଳପଡ଼ା ବିଧାୟକଙ୍କୁ ଦାୟୀ କରିଛନ୍ତି ଅନଶନକାରୀମାନେ। ଏହି ମର୍ମରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ବାସୁ-ବିସୁନି ସହିଦ ସ୍ମୃତି ସ୍ତମ୍ଭ ନିକଟରୁ ଗତ ଜୁଲାଇ ୨୯ ତାରିଖରେ ମାଟି ନେବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର ସହିଦ ବାସୁ ବିସୁନି ସ୍ମୃତି କମିଟି ଏହାକୁ ବିରୋଧ କରିଥିଲା। ଏହି ଦିନ ସ୍ମୃତି କମିଟିର ସଦସ୍ୟମାନେ ଉପବାସ ସତ୍ୟାଗ୍ରହ କରିଥିଲେ। ଫଳରେ ଏହି ପୀଠରୁ ମାଟି ସଂଗ୍ରହ ହୋଇପାରି ନଥିଲା।

LEAVE A REPLY

Please enter your comment!
Please enter your name here