ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାନ୍ଦିପୁରସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରକୁ ସକାଳ ୧୧ଟା ୩୦ମିନିଟରେ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି।

ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ବରର ଚାନ୍ଦିପୁରସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରକୁ ଗୁରୁବାର ସକାଳ ୧୧ଟା ୩୦ମିନିଟରେ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି।

ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା(ଡିଆରଡିଓ) ପକ୍ଷରୁ ଅନୁଷ୍ଠିତ ଏହି ପରୀକ୍ଷଣ ସମୁଦ୍ର ମଧ୍ୟରେ ଥିବା ଏକ ଜାହାଜରୁ ନିକ୍ଷେପ ହୋଇଥିବା ଟାର୍ଗେଟକୁ ଧ୍ୱଂସ କରିଥିଲା ଇଣ୍ଟରସେପ୍ଟର।

ନୂତନ ଜ୍ଞାନକୌଶଳରେ ନିର୍ମିତ ଇଣ୍ଡୋ-ଆଟମୋସଫିଆରିକ୍‍ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରଟି ସମ୍ପୂର୍ଣ୍ଣ ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ଏହା ଯେକୌଣସି ପରିସ୍ଥିତିରେ ମଧ୍ୟ ଶତ୍ରୁ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାର କ୍ଷମତା ରଖିଛି।

Comment