ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଆସନ୍ତା ୯ ତାରିଖରେ ହେବ ନିର୍ବାଚନ। ଏନେଇ ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଆଜି ରାଜ୍ୟସଭାରେ ଘୋଷଣା କରିଛନ୍ତି। ସକାଳ ୧୧ଟାରୁ ଭୋଟିଂ ହେବ। ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ୧୨୨ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ।

କଂଗ୍ରେସ ସାଂସଦ ପି ଜେ କୁରିଏନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଉପାଧ୍ୟକ୍ଷ ପଦବୀ ଖାଲି ପଡ଼ିଛି। ତେବେ ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ କିଏ ପ୍ରାର୍ଥୀ ହେବେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

ଏହି ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି, ଟିଆର୍‌ଏସ୍‌, ଏଆଇଏଡିଏମ୍‌କେ, ଶିବସେନାର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି।

ରାଜ୍ୟସଭା ଉପାଧ୍ୟକ୍ଷ ପାଇଁ ଏନ୍‌ସିପିର ରାଜ୍ୟସଭା ସାଂସଦ ବନ୍ଦନା ଚଭନଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ଉପା ତାଙ୍କ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି। ଏପଟେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।

Comment