ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରର ଜଗମୋହନରୁ ଗଳୁଛି ବର୍ଷାଜଳ। ପାଣି ଝରି ବଲ୍ଲଭପିଣ୍ଡିରେ ଲଗାଯାଇଥିବା ଚାନ୍ଦୁଆ ଓଦା ହୋଇଯାଇଛି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି।

ଲଘୁଚାପ ବର୍ଷା ପୁରୀ ସହର ବେହାଲ। ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୯୪ ମିଲିମିଟର ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି।

ଲଗାଣ ବର୍ଷା ଯୋଗୁଁ ପୁରୀ ଶ୍ରୀମନ୍ଦିରର ଜଗମୋହନରୁ ଗଳୁଛି ବର୍ଷାଜଳ। ପାଣି ଝରି ବଲ୍ଲଭପିଣ୍ଡିରେ ଲଗାଯାଇଥିବା ଚାନ୍ଦୁଆ ଓଦା ହୋଇଯାଇଛି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ଜଗମୋହନ ମରାମତି ପାଇଁ ପୂର୍ବରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି ଏଏସଆଇ ଟିମ୍। ଏହାତ୍ତ୍ଵେ ଜଗାମୋହନରୁ ପାଣି ଗଳିବା ନେଇ ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ପୁରୀରେ ୩୦ରୁ ଊର୍ଦ୍ଧ୍ୱ ବସ୍ତିରେ ପାଣି ପଶିଥିବା ବେଳେ ୫୦ ହଜାରରୁ ଅଧିକ ବସ୍ତିବାସିନ୍ଦା ଜଳବନ୍ଦି ହୋଇ ରହିଛନ୍ତି। ତେଣୁ ଘର ଦ୍ୱାର ଛାଡି ସେମାନେ ବିଭିନ୍ନ ସ୍କୁଲ ଏବଂ ରାସ୍ତା କଡ଼ରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି।

Comment