ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକାରେ ୱାଟର ଏରୋଡ୍ରମ ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ ଦେବା ପରେ ପୁରୀର ଦୁଇ ନେତା ଏହାକୁ ବିରୋଧ କରିଛନ୍ତି। ପୁରୀ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏବଂ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା ଏହାକୁ ବିରୋଧ କରିବା ସହ ପୁନଃ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ମହେଶ୍ୱର ମହାନ୍ତି କହିଛନ୍ତି ଯେ ୱାଟର ଏରୋଡ୍ରମ ନିର୍ମାଣ ହେଲେ ଚିଲିକା ଜୈବ ବିବିଧତା ବିପଦରେ ପଡ଼ିବ। ଚିଲିକାକୁ ଆସୁଥିବା ପକ୍ଷୀଙ୍କ ସଂଖ୍ୟା ହ୍ରାସ ପାଇବ। ଏହାସହ ମାଛ, ପାଣି ଓ ପରିବେଶ ଉପରେ ପ୍ରଭାବ ପଡ଼ିବ। ୱାଟର ଏରୋଡ୍ରମ ନିଷ୍ପତ୍ତିକୁ କେନ୍ଦ୍ର ସରକାର ପୁନଃ ବିଚାର କରନ୍ତୁ।

ବ୍ରହ୍ମଗିରି ବିଧାୟକ ଦାସବର୍ମା ମଧ୍ୟ ଅନୁରୂପ କଥା କହିଛନ୍ତି। ୱାଟର ଏରୋଡ୍ରମ ନିର୍ମାଣ ହେଲେ ଚିଲିକା ଏବଂ ଏହାର ଆଖପାଖ ପରିବେଶ ଉପରେ ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି।

ବିଜେଡି ସାଂସଦ ତଥାଗତ ସତପଥୀ ମଧ୍ୟ ଏହି ପ୍ରକଳ୍ପକୁ ବିରୋଧ କରିଛନ୍ତି ସୋସିଆଲ ମିଡିଆରେ ସେ ଲେଖିଛନ୍ତି ଯେ ଚିଲିକାର ପକ୍ଷୀ ଓ ପରିବେଶ ଉପରେ ଏହାର କୁ ପ୍ରଭାବ ପଡ଼ିବ।

ଚିଲିକାରେ ପ୍ରସ୍ତାବିତ ୱାଟର ଏରୋଡ୍ରମକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମୋଦନ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଚିଲିକା ହ୍ରଦ ସମେତ ଗୁଜରାଟର ସର୍ଦ୍ଦାର ସରୋବର ଡ୍ୟାମ ଏବଂ ସାବରମତି ନଦୀରେ ଏହି ଏରୋଡ୍ରମ ନିର୍ମାଣ ହେବ। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଟୁଇଟ୍ କରିଥିଲେ।

LEAVE A REPLY

Please enter your comment!
Please enter your name here