ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡୋନେସିଆରେ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ଭାରତୀୟ ନୌଚାଳକମାନେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଏସୀୟ କ୍ରୀଡ଼ା ନୌଚାଳନା ପ୍ରତିଯୋଗିତାରେ ଭାରତକୁ ସ୍ୱର୍ଣ୍ଣ ପଦକ। ପୁରୁଷ ଲାଇଟ୍‌ଓ୍ଵଟ୍‌ ସିଙ୍ଗଲ୍‌ ଏବଂ ଡବଲ୍‌ସ୍‌ ସ୍କଲ୍‌ସ୍‌ ଇଭେଣ୍ଟ୍‌ରେ ଦୁଇଟି ବ୍ରୋଞ୍ଚ ପଦକ ଜିଣିବା ପରେ, ନୌଚାଳକ ସାଓ୍ଵାର୍ଣ୍ଣ ସିଂହ, ଦାତ୍ତୁ ଭୋକନଲ, ଓଁ ପ୍ରକାଶ ଏବଂ ସୁଖମୀତ ସିଂହ ପୁରୁଷ କ୍ୱାଡ୍ରୁପଲ୍‌ ସ୍କଲ୍ସରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ଭାରତ ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡକୁ ପରାସ୍ତ କରିଛି।

ଏଥିସହିତ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୧୨ କାଂସ୍ୟ ପଦକ ସହିତ ମୋଟ ୨୧ଟି ପଦକ ଜିତି ଭାରତ ପଦକ ତାଲିକାର ୯ମ ସ୍ଥାନକୁ ଉନ୍ନୀତ ହୋଇଛି।

Comment