ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ମହିଳା କ୍ରିକେଟ ଦଳର ଫାଷ୍ଟ ବୋଲର ଝୁଲଣ ଗୋସ୍ୱାମୀ ଗୁରୁବାର ଟ୍ୱେଣ୍ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।
ଭାରତୀୟ ମହିଳା କ୍ରିକେଟ୍ ଦଳର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରୁ ଅବସର ଘୋଷଣା କରିଦେଇଛନ୍ତି।
୩୫ ବର୍ଷୀୟା ଝୁଲଣ ୨୦୦୬ ଅଗଷ୍ଟରେ ଇଂଲଣ୍ଡ ବିପକ୍ଷରେ ନିଜର ଟ୍ୱେଣ୍ଟି-୨୦ କ୍ୟାରିୟର ଆରମ୍ଭ କରିଥିଲେ। ବିଗତ ୧୨ ବର୍ଷ ମଧ୍ୟରେ ସେ ୬୮ଟି ଟ୍ୱେଣ୍ଟି୨୦ ମ୍ୟାଚ ଖେଳି ୨୧.୯୪ ହାରରେ ମୋଟ ୫୬ଟି ୱିକେଟ ଅକ୍ତିଆର କରିଛନ୍ତି।
୨୦୧୨ ମାର୍ଚ୍ଚରେ ବିଶାଖାପାଟଣାରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟ୍ୱେଣ୍ଟି୨୦ ମ୍ୟାଚରେ ୧୧ ରନରେ ୫ଟି ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ଚଳିତବର୍ଷ ଜୁନରେ ବାଂଲାଦେଶ ବିପକ୍ଷରେ ଏସିଆ କପ୍ ଫାଇନାଲ ତାଙ୍କର ଶେଷ ଟ୍ୱେଣ୍ଟି୨୦ ମ୍ୟାଚ ଥିଲା।
କ୍ରିକେଟ କ୍ୟାରିୟରରେ ସହଯୋଗ ଓ ସମର୍ଥନ ଦେଇଥିବାରୁ ଝୁଲଣ ଏହି ଅବସରରେ ସାଥୀ ଖେଳାଳି, ବିସିସିଆଇ କର୍ତ୍ତୃପକ୍ଷ ଓ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ଆଗକୁ ବଢ଼ିଚାଲୁ ବୋଲି ଝୁଲଣ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।
ଟ୍ୱେଣ୍ଟି୨୦ରୁ ଅବସର ନେଇଥିଲେ ସୁଦ୍ଧା ଅନ୍ୟ ଦୁଇଟି ଫର୍ମାଟରେ ଝୁଲଣ ତାଙ୍କର ଉନ୍ନତ ପ୍ରଦର୍ଶନ ଜାରି ରଖିବେ ବୋଲି ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।
୨୦୦୨ରୁ ଆନ୍ତର୍ଜାତିକ କ୍ରିକେଟ୍ ଜୀବନ ଆରମ୍ଭ କରିଥିବା ଝୁଲଣ ମଧ୍ୟ ଦିନିକିଆର ସର୍ବାଧିକ ଓ୍ଵିକେଟ୍ ଦଖଲକାରୀ ବୋଲର ରହିଛନ୍ତି। ୧୬୯ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ରୁ ସେ ନେଇଛନ୍ତିି ୨୦୩ ଓ୍ଵିକେଟ୍। ଯାହାକି ଏହି ଫର୍ମାଟ୍ରେ ସେ ଏକମାତ୍ର ବୋଲର ଭାବେ ୨୦୦ରୁ ଅଧିକ ଓ୍ଵିକେଟ୍ ନିଜ ନାମରେ ରଖିଛନ୍ତିି।
ଝୁଲଣ ଭାରତ ପାଇଁ ୧୦ ଟେଷ୍ଟ ଖେଳି ୪୦ ଓ୍ଵିକେଟ୍ ନେଇଥିଲେ। ଝୁଲଣ ମଧ୍ୟ ଏକମାତ୍ର ଭାରତୀୟ ବୋଲର ଯିଏକି କ୍ରିକେଟ୍ର ତିନି ଫର୍ମାଟ୍ (ଟେଷ୍ଟ, ଦିନିକିଆ ଓ ଟ୍ୱେଣ୍ଟି-୨୦)ରେ ୫ ଓ୍ଵିକେଟ୍ ସଫଳତା ହାତେଇଛନ୍ତି।
















