ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ରେ ଦଳର ପ୍ରଚାର ମଙ୍ଗ ସମ୍ଭାଳିବା ପାଇଁ ୯ ଜଣିଆ କୋର୍ କମିଟି ଗ୍ରୁପ୍ ଗଠନ କରିଛନ୍ତି ରାହୁଲ ଗାନ୍ଧି।

୨୦୧୯ ନିର୍ବାଚନ ପାଇଁ କମର କଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଦଳର ପ୍ରଚାର ପାଇଁ କୋର୍ କମିଟି ଗଠନ କରି ରାହୁଲ୍ ନିର୍ବାଚନ ରଣନୀତି ପ୍ରସ୍ତୁତିରେ ଦୁଇ ପାଦ ଆଗକୁ ଯାଇଛନ୍ତି।

ଏହି ୯ ଜଣିଆ କୋର୍ କମିଟି ଗ୍ରୁପ୍‌ରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍, ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦ, ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ସାମିଲ୍ ଅଛନ୍ତି।

ସେହିପରି ନିର୍ବାଚନ ଇସ୍ତାହାର ଏବଂ ପବ୍ଲିସିଟି କମିଟି ପାଇଁ ରାହୁଲ ସଦସ୍ୟ ଚୟନ କରିଛନ୍ତି। ଇସ୍ତାହାର କମିଟିରେ ସଲମାନ ଖୁର୍ସିଦ ଏବଂ ଶଶି ଥରୁରଙ୍କ ନାଁ ରହିଛି। ସେହିପରି ପ୍ରଚାର ସମିତିରେ ରାଜୀବ ଶୁକ୍ଲା ଏବଂ ରଣଦୀପ ସୁରଜେବାଲାଙ୍କ ସମେତ ୧୩ ଜଣ ରହିଛନ୍ତି।

କୋର୍ ଗ୍ରୁପ୍ କମିଟିରେ କିଏ?

କୋର୍ ଗ୍ରୁପ୍ କମିଟିରେ ୯ ଜଣ ସଦସ୍ୟ ରହିଛନ୍ତି। ଏଥିରେ ଏ କେ ଆଣ୍ଟୋନି, ଗୁଲାମନବୀ ଆଜାଦ, ପି ଚିଦାମ୍ବରମ, ଅଶୋକ ଗେହଲେଟ, ମଲ୍ଲିକାର୍ଜୁନ ଖଡ଼ଗେ, ଅହମ୍ମଦ ପଟେଲ, ଜୟରାମ ରମେଶ, ରଣଦୀନ ସୁରଜେବାଲା, କେ ସି ବେଣୁଗୋପାଳ ଅଛନ୍ତି।

ଇସ୍ତହାର କମିଟିରେ କିଏ?

କଂଗ୍ରେସର ନିର୍ବାଚନୀ ଇସ୍ତାହାର କମିଟିରେ ମନପ୍ରିତ ବାଦଲ, ପି ଚିଦାମ୍ବରମ୍, ସୁସ୍ମିତା ସେନ୍, ପ୍ରଫେସର ରାଜୀବ ଗୌଡ଼ା, ଭୁପେନ୍ଦ୍ର ସିଂହ ହୁଦା, ଜୟରାମ ରମେଶ, ସଲମାନ ଖୁର୍ସିଦ, ବିନ୍ଦୁ କୃଷ୍ଣନ, ଶୈଳେଜା କୁମାରୀ, ରଘୁବୀର ମୀନା, ପ୍ରଫେସର ବାଲଚନ୍ଦ୍ର, ମୀନାକ୍ଷି ନଟରାଜନ, ରଜନୀ ପାଟିଲ୍, ସାମ ପିଟ୍ରୋଡା, ସଚିନ ରାଓ, ମୁକୁଲ ସଙ୍ଗମା, ଶଶି ଥରୁର, ଲଳିତେଶ ପତି ତ୍ରିପାଠୀ ଅଛନ୍ତି।

ପ୍ରଚାର ସମିତିରେ କିଏ?

ଏହି ସମିତିରେ ଓଡ଼ିଶାର ଭକ୍ତ ଚରଣ ଦାସଙ୍କ ସମେତ ପ୍ରବୀଣ ଚକ୍ରବର୍ତ୍ତୀ, ମିଲିନ୍ଦ ଦେବଡ଼ା, ପବନ ଖେଡ଼ା, କେତକର କୁମାର, ବିଡି ସତିସନ, ଆନନ୍ଦ ଶର୍ମା, ଜୟବୀର ସେରଗିଲ୍, ରାଜୀବ ଶୁକ୍ଲା, ଦିବ୍ୟା ସ୍ପନ୍ଦନା, ପ୍ରମୋଦି ତିୱାରି, ମନିଷ ତିୱାରି ଅଛନ୍ତି।

LEAVE A REPLY

Please enter your comment!
Please enter your name here