ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ରାଖୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ରାଖୀ ବାନ୍ଧି ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିବ। ବଦଳରେ ଭାଇ ଭଉଣୀକୁ ସୁରକ୍ଷା ଦେବାର ସଂକଳ୍ପ ନେବ। ଏହି ପର୍ବ ଶ୍ରାବଣ ମାସର ପୂର୍ଣ୍ଣମୀ ଦିନ ପାଳନ କରାଯାଇଥାଏ।

ସମୟ ବଦଳିବା ସହ ରାଖୀର ବିଭିନ୍ନ ଭେରାଇଟି ବଜାରରେ ଉପଲବ୍ଧ ହେଲାଣି। କିଏ ରୂପା ତ କିଏ ସୁନା ରାଖୀ ଭାଇକୁ ଉପହାର ଦେଉଛି।

ଏଥର ବଜାରରେ ବିଭିନ୍ନ ରାଜନେତାଙ୍କ ଫଟୋ ଥିବା ରାଖୀ ବିକ୍ରି ହେଉଛି। ଗୁଜରାଟର ସୁରତ ସହରରେ ଏବେ ରାଜନେତାଙ୍କ ଫଟୋ ଥିବା ରାଖୀର ଡିମାଣ୍ଡ ଦେଖାଯାଇଛି। ଖାସ୍ ଭାବେ ସୁରତର ଜୁଏଲାରୀ ଦୋକାନରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଥିବା ସୁନା ରାଖୀର ଡିମାଣ୍ଡ ବଢ଼ିଛି।

୨୨ କ୍ୟାରେଟ୍‌ ସୁନାରେ ନିର୍ମିତ ଏହି ରାଖୀର ଚାହିଦା ଚଳିତ ବର୍ଷ ଖୁବ୍‌ ବଢ଼ିଛି ବୋଲି ଜଣେ ଅଲଙ୍କାର ଦୋକାନୀ କହିଛନ୍ତି। ୫୦ ହଜାରରୁ ୭୦ ହଜାର ପର୍ଯ୍ୟନ୍ତ ଟଙ୍କା ଦେଇ ଭଉଣୀମାନେ ସେମାନଙ୍କ ଭାଇ ପାଇଁ ଏହି ସୁନା ରାଖୀ କିଣୁଛନ୍ତି।

ହୀରା ନଗରୀ ସୁରଟର ଏକେ ଅଳଙ୍କାର ଦୋକାନରେ ବିକ୍ରି ହେଉଛି ୨୨ କ୍ୟାରେଟ୍‌ ସୁନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ଫଟୋ ଥିବା ସୁନା ରାଖୀ। ଆଉ ଏହି ରାଖୀଗୁଡ଼ିକ ହଟ୍‌ କେକ୍‌ ପରି ବିକ୍ରି ହେଉଛି।

ଏଥର ରାଖୀ ପୂର୍ଣ୍ଣିମା ଅବସରରେ ବିକ୍ରି କରିବା ପାଇଁ ୫୦ଟି ସୁନା ରାଖିର ଡିଜାଇନ୍‌ ପ୍ରସ୍ତୁତ କରିଥିଲେ ଅଳଙ୍କାର ବ୍ୟବସାୟୀ। ଏହି ରାଖୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ, ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ଫଟୋ ରଖି ସେ ୨୨ କ୍ୟାରେଟ୍‌ ସୁନାରେ ୫୦ଟି ରାଖୀ କରିଥିଲେ। ସେଥିମଧ୍ୟରୁ ସବୁ ରାଖୀ ବିକ୍ରି ହୋଇ ସାରିଛି।

ଶେଷ ଦିନରେ ମଧ୍ୟ ରାଜନେତାଙ୍କ ଫଟୋ ଥିବା ରାଖୀ ତିଆରି ପାଇଁ ଅର୍ଡର ରହିଛି। ଏହି ରାଖିର ଦାମ ୫୦ ହଜାର ଟଙ୍କା ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାମ ରହୁଛି ବୋଲି ଜଣେ ସୁନା ବ୍ୟବସାୟୀ କହିଛନ୍ତି।

Comment