ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମାରେ ରାକ୍ଷୀ ସାଙ୍ଗକୁ ମିଠାର ବି ଆବଶ୍ୟକତା ଥାଏ। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇଥାଏ। ତେଣୁ ଏଥର ରାକ୍ଷୀରେ ଘରେ ପ୍ରସ୍ତୁତ କରନ୍ତୁ ଗୋଲାପଜାମୁ।

ଗୋଲାପଜାମୁ କିପରି ପ୍ରସ୍ତୁତ କରିବେ ଜାଣନ୍ତୁ…

ଶିରା ପ୍ରସ୍ତୁତି

ଗୋଲାପଜାମୁ କରିବା ପାଇଁ ପ୍ରଥମେ ଏହାର ଶିରା ପ୍ରସ୍ତୁତ କରନ୍ତୁ। ଏଥିଲାଗି ପ୍ରଥମେ ଗ୍ୟାସ୍‌ରେ ଗୋଟେ ସସ୍‌ପେନ୍‌ ବସାନ୍ତୁ। ଏଥିରେ ଦୁଇ କପ୍‌ ଚିନି ଓ ଦୁଇ କପ୍‌ ପାଣି ଦେଇ ଘାଣ୍ଟି ଦିଅନ୍ତୁ। ଏବେ ଏଥିରେ ୧ ଚାମଚ କ୍ଷୀର ମିଶାନ୍ତୁ। ଏହାକୁ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତି। ଏହି ଶିରା ଫୁଟିବା ବେଳେ ସସ୍‌ପେନ୍‌ର କଡ଼େ କେଡ଼ ଧଳାର କୋରୁଅ ଭଳି ଲାଗିଯିବ, ତାହାକୁ ଚାମଚ ସାହାଯ୍ୟରେ କାଢ଼ିଦିଅନ୍ତୁ। ଶିରା ଟିକେ ବହଳିଆ ହୋଇଗଲେ ସସ୍‌ପେନ୍‌କୁ ଗ୍ୟାସ୍‌ରୁ ଓହ୍ଲାଇଦିଅନ୍ତୁ।

ଗୋଲାପଜାମୁ ପ୍ରସ୍ତୁତି

ଗୋଲାପଜାମୁ ଗୁଳା ପ୍ରସ୍ତୁତି ପାଇଁ ଗୋଟେ ଥାଳି ଆଣନ୍ତୁ। ଥାଳିରେ ୧ କପ୍‌ ଖୁଆ, ଗୋଟେ କପ୍‌ ଛେନାକୁ ମିଶାଇ ଭଲରେ ଚକଟନ୍ତୁ। ଏହି ଚକଟାରେ ୨ ଚାମଚ ୨ ଚାମଚ ମଇଦା ମିଶାଇ ବି ମିଶାଇ ଚକଟନ୍ତୁ। ଏବେ ଏଥିରେ ଅଧ ଚାମଚରୁ କମ୍‌ କର୍ଣ୍ଣଫ୍ଲୋର, ଗୁଜୁରାତି ଗୁଣ୍ଡ ଭଲରେ ଚକଟନ୍ତୁ, ଯେପରି ଏହି ଚକଟାଟି ଚିକ୍କଣ ହେବ। ଏବେ ଏହାକୁ ପାପୁଲି ସାହାଯ୍ୟରେ ଗୋଲାପଜାମୁର ଆକାରରେ ଗୁଳା କରିଦିଅନ୍ତୁ।ଏବେ ଗ୍ୟାସ୍‌ରେ ଆଉ ଏକ କଡ଼େଇ ବସାନ୍ତୁ। ଏଥିରେ ଛାଣିବା ପାଇଁ ତେଲ ନିଅନ୍ତୁ। ତେଲ ଗରମ ହୋଇଗଲେ ଏହି ଗୁଳାକୁ ଛାଣନ୍ତୁ। ଗୁଳାଗୁଡ଼ିକ ବାଦାମୀ ରଙ୍ଗର ହୋଇଗଲେ ଏହାକୁ ଏକ ପ୍ଲେଟ୍‌ରେ କାଢ଼ିଦିଅନ୍ତୁ। ଏହି ଗୁଳାଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ କରିଥିବା ଶିରାରେ ମିଶାନ୍ତୁ। ୨୦ ମିନିଟ୍‌ ପରେ ଏହାକୁ ଶିରାରୁ କାଢ଼ି ଖାଇବା ପ୍ଲେଟ୍‌ରେ ପରସି ଦିଅନ୍ତୁ।

Tags: #Rakhi #RakshyaBandhan #Sweets #GulabJamun

Comment