ଓଡ଼ିଶାଲାଇଭ ବ୍ୟୁରୋ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା।  ଘରେ ଘରେ ମିଠା ପିଠାରେ ପୂରି ଉଠିଛି। ଆଜି ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ତା’ର ଉଜ୍ଵଳ ଭବିଷ୍ୟତ କାମନା କରିବ। ବଦଳରେ ଭାଇ ଭଉଣୀକୁ ସୁରକ୍ଷା ଦେବାର ସକଂଳ୍ପ କରିବ।

ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିଲା ବେଳେ ଫୁଲ, ଚନ୍ଦନ ଦେଇ ବନ୍ଦପନା କରି ରାକ୍ଷୀ ବାନ୍ଧିବାର ପରମ୍ପରା ଆମ ହିନ୍ଦୁ ସମାଜରେ ପାଳନ ହୋଇଥାଏ। ଭାଇ ଭଉଣୀକୁ ଉପହାର ସ୍ଵରୂପ କିଛି ଦେଇଥାଏ।

ରାକ୍ଷୀ ପୂର୍ଣ୍ଣିମା ଯୋଗୁଁ ମଧ୍ୟ ୩/୪ ଦିନ ପୂର୍ବରୁ ବଜାରମାନଙ୍କରେ ରାକ୍ଷୀର ଦୋକାନ ଖୋଲିଯାଇଥାଏ। ବିଭିନ୍ନ ଭେରାଇଟିର ରାକ୍ଷୀ ପ୍ରତି ବର୍ଷ ବଜାରକୁ ଆସିଥାଏ। ଏଥର କରୋନା ପାଇଁ ବଜାର ପୂରା ମାନ୍ଦା।

Comment