ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ଅମର ପଟ୍ଟନାୟକ। ସେ ବିଜେଡିର ‘ଆଇଟି ୱିଙ୍ଗ’ ମୁଖ୍ୟ ଭାବେ କାମ କରିବେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ୍ ହୋଇଛନ୍ତି।

ଅମର ପଟ୍ଟନାୟକ କହିଛନ୍ତି, “ନବୀନ ପଟ୍ଟନାୟକଙ୍କ ଦୃଢ଼ ନେୃତୃତ୍ୱ ପ୍ରତି ଆସ୍ଥା ଓ ପ୍ରତିବଦ୍ଧତା ଦ୍ୱାରା ଓଡ଼ିଶା ୧ ନମ୍ବର ରାଜ୍ୟ ହୋଇପାରିବ। ଦୀର୍ଘ ବର୍ଷ ଧରି ବିଜୁ ପଟ୍ଟନାୟକଙ୍କ ସହ କାମ କରିଛି। ତାଙ୍କଠାରୁ ପ୍ରେରଣା ମଧ୍ୟ ପାଇଛି। ଆଇଟି କ୍ଷେତ୍ରରେ ଅନେକ ଅଭିଜ୍ଞତା ରହିଛି। ଦଳ ପାଇଁ ଏସବୁ ଉପଯୋଗ କରିବି।”

“ଅମରଙ୍କର ବିଭିନ୍ନ ରାଜ୍ୟରେ କାମ କରିବାର ଅଭିଜ୍ଞତା ରହିଛି। ତାଙ୍କ ମିଶ୍ରଣ ଦ୍ୱାରା ଦଳ ଅଧିକ ସୁଦୃଢ଼ ହେବ। ଆଇଟି ୱିଙ୍ଗର ମୁଖ୍ୟ ଭାବେ ସେ କାମ କରିବେ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶାରେ ଦୀର୍ଘ ବର୍ଷ ଧରି ଅମର ରହିଥିଲେ। ୨୦୧୫ରେ ସେ କେରଳକୁ ବଦଳି ହୋଇଥିଲେ। କିନ୍ତୁ ପରେ ସେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ବିଜେଡିରେ ମିଶିବା ପରେ ଚର୍ଚ୍ଚା ହେଉଛି ଯେ ଅମର କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ।

ମିଶ୍ରଣ ବେଳେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ଶଶିଭୂଷଣ ବେହେରା, ବିକ୍ରମ କେଶରୀ ଆରୁଖ, ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Comment