ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪ ଓଡ଼ିଆ ମହିଳା ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି। ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ମିଳିବ। ଏହି ୪ ଜଣ ଖେଳାଳି ହେଲେ ସୁନିତା ଲାକ୍ରା, ନମିତା ଟପୋ, ଲିଲିମା ମିଞ୍ଜ ଏବଂ ଦୀପ ଗ୍ରେସ୍ ଏକ୍କା।
ଏସିଆନ୍ ଗେମ୍ସରେ ଭାରତୀୟ ମହିଳା ହକି ଟିମ୍ ରୌପ୍ୟ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣିଥିଲେ। ଏହି ଟିମ୍ରେ ୪ ଜଣ ଓଡ଼ିଆ ଖେଳାଳି ସାମିଲ୍ ହୋଇଥିଲେ।
ଓଡ଼ିଶା ପକ୍ଷରୁ ଭାରତ ପାଇଁ ଖେଳି ଦେଶ ଏବଂ ରାଜ୍ୟର ନାଁ ରଖିଥିବାରୁ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି।
ଏହି ଖେଳାଳିମାନଙ୍କର କୋଚ୍ମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
୨୦ ବର୍ଷ ପରେ ଭାରତୀୟ ମହିଳା ହକି ଦଳ ଏସୀୟ କ୍ରୀଡ଼ା ଫାଇନାଲରେ ପ୍ରବେଶ କରିଥିଲା। ତେବେ ଫାଇନାଲରେ ଭାରତୀୟ ମହିଳା ହକି ଟିମ୍ ପରାଜିତ ହେବାରୁ ରୌପ୍ୟ ପଦକ ପାଇଥିଲା।