ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଉଦଘାଟିତ
  • ପ୍ରଧାନମନ୍ତ୍ରୀ କଲେ ଉଦଘାଟନ
  • ୬୫୦ଟି ଶାଖାରେ ଆଜିଠୁ ଆରମ୍ଭ ହେଲା ସେବା
  • ଜିରୋ ବାଲାନ୍ସରେ ଖୋଲାଯିବ ଆକାଉଣ୍ଟ
  • ଅର୍ଥବ୍ୟବସ୍ଥାରେ ସୁଧାର ଆଣିବ ଆଇପିପିବି: ମୋଦି

ଦେଶରେ ବ୍ୟାଙ୍କିଙ୍ଗ ସେବାରେ ପରିବର୍ତ୍ତନ ଆଣିବା ପାଇଁ ଭାରତୀୟ ଡାକ ବିଭାଗକୁ ବ୍ୟାଙ୍କରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଲୋକଙ୍କ ଦୁଆର ମୁହଁରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଆଜିଠାରୁ ଶୁଭାରମ୍ଭ ହୋଇଛି ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ(ଆଇପିପିବି)। ଏହାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ତଳକଟରା ଷ୍ଟାଡିୟମରେ ଉଦଘାଟନ କରିଛନ୍ତି।

୬୫୦ଟି ଶାଖାରେ ଏବଂ ୩୨୫୦ଟି ଆକ୍‌ସେସ୍ ପଏଣ୍ଟରେ ଆଇପିପିବି ସେବା ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ୨୦୧୮ ଡିସେମ୍ବର ୩୧ ସୁଦ୍ଧା ଏହି ସେବା ସମସ୍ତ ୧.୫୫ ଲକ୍ଷ ଡାକଘର ମାଧ୍ୟମରେ ଯୋଗାଇ ଦେବା ଲକ୍ଷ୍ୟ ରହିଛି। ଆଇପିପିବିର ନିୟମାବଳୀ ଅନୁଯାୟୀ ଋଣ, ଛୋଟ ନିବେଶ ଏବଂ ବୀମା ଆଦି ସୁବିଧା ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ଦେଶର ଅର୍ଥନୀତି, ସାମାଜିକ ସ୍ଥିତିରେ ଆଇପିପିବି ଆଗାମୀ ଦିନରେ ଅନେକ ପରିବର୍ତ୍ତନ ଆଣିବ। ବ୍ୟାଙ୍କିଙ୍ଗ ସେବା ଏବଂ ଡିଜିଟାଲ ପେମେଣ୍ଟସ୍‌ କ୍ଷେତ୍ରରେ ଆଇପିପିବି ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବ। ଚାଷୀମାନଙ୍କ ପାଇଁ ଏହି ନୂଆ ଯୋଜନା ଅଧିକ ସୁବିଧା ଆଣିବ। ଆଇପିପିବି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଫସଲ ବୀମା ଯୋଜନା ଅଧିକ ସଶକ୍ତ ହୋଇପାରିବ।”

Comment