ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ। ଏଥିପାଇଁ ମୋଟ ୧୨ ହଜାର ୭୯୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଆଜି ବିଧାନସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ।

ଅତିରିକ୍ତ ବଜେଟରେ ଶିକ୍ଷା, କୃଷି, ଗ୍ରାମ୍ୟ ଉନ୍ନୟନ, ଶିଳ୍ପ, ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର। ସାମାଜିକ କ୍ଷେତ୍ର ପାଇଁ ୧୩୫୦ କୋଟି ଟଙ୍କାର ଅର୍ଥ ବ୍ୟୟବରାଦ କରାଯାଇଛି।

କାହା ପାଇଁ କେତେ ଟଙ୍କା?

  • ସର୍ବଶିକ୍ଷା ଅଭିଯାନ ପାଇଁ ୨୪୨ କୋଟି ଟଙ୍କା
  • ଶିକ୍ଷା ସହାୟକଙ୍କୁ ନିୟମିତ ଦରମା ପ୍ରଦାନ ଲାଗି ୭୫୦ କୋଟି ଟଙ୍କା
  • ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୩ ଶହ ୬୪ କୋଟି
  • ସ୍ୱାସ୍ଥ୍ୟସେବା ପାଇଁ ୩୦୧ କୋଟି
  • ମଧୁବାବୁ ପେନସନ୍ ଯୋଜନା ପାଇଁ ୨୫ କୋଟି
  • ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ହିତାଧିକାରୀଙ୍କୁ ସାମିଲ୍ ପାଇଁ ୮୧ କୋଟି
  • ଶ୍ରୀମନ୍ଦିର ଚତୁପାର୍ଶ୍ୱ ଉନ୍ନତୀକରଣ ଲାଗି ଅବଢ଼ା ଯୋଜନାରେ ୨୦ କୋଟି
  • ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି ପାଇଁ ୧୦୦ କୋଟି
  • ସବୁଜ ମହାନଦୀ ମିଶନ ଲାଗି ୩୦ କୋଟି
  • ବେସରକାରୀ କଲେଜଗୁଡ଼ିକୁ ଅନୁଦାନ ଦେବା ପାଇଁ ୨୭ କୋଟି
  • ମେକ୍ ଇନ୍ ଓଡ଼ିଶା କନକ୍ଲେଭ ପାଇଁ ୧୨ କୋଟି
  • ବିଜୁ ଗ୍ରାମ ଯୋଜନା ପାଇଁ ୭୫ କୋଟି
  • ଗ୍ରାମ୍ୟ ଉନ୍ନୟନ ପାଇଁ ୫ ହଜାର ୨୬୭ କୋଟି
  • ବିଜୁ ପକ୍କା ଘର ପାଇଁ ୧୫ ଶହ କୋଟି
  • ଜଳସେଚନ ଭିତ୍ତିଭୂମି ଉନ୍ନୟନ ପାଇଁ ୨୩୯ କୋଟି
  • ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି

Comment