ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟୁର୍ବେଦିକ ଚିକିତ୍ସାରେ ଆମେ ବିଭିନ୍ନ ପ୍ରକାରର ଗଛର ଡାଳ, ପତ୍ର, ଫୁଲ ଓ ଫଳ ଆଦିକୁ ବ୍ୟବହାର କରିଥାଉ। ଯାହାକୁ ବ୍ୟବହାର କରିବା ଦ୍ୱାରା ଶରୀରରେ ଦେଖାଯାଉଥିବା ଅନେକ ବଡ ବଡ ସମସ୍ୟାରୁ ମଧ୍ୟ ଉପଶମ ମିଳିଥାଏ।

ଆମ୍ବ

ଗୋଟିଏ ମାଟି ପାତ୍ରରେ ଏକ ଲିଟର ପାଣି ନେଇ ୪ରୁ ୫ଟି ଆମ୍ବପତ୍ରକୁ ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ଫୁଟାଇ, ସେହି ପାଣିକୁ ଆଣ୍ଠୁଗଣ୍ଠିରେ ମାସେ ପର୍ଯ୍ୟନ୍ତ ଘଷିଲେ ବେଶ୍ ଆରାମ ମିଳେ।

ଘିକୁଆଁରୀ

ଏହି ପତ୍ରର ରସକୁ ଯଦି ମାସେ ପର୍ଯ୍ୟନ୍ତ ପିଇବେ, ତେବେ ଆଣ୍ଠୁଗଣ୍ଠିରେ ଦେଖାଯାଉଥିବା ସବୁ ସମସ୍ୟା ଦୂରୀଭୂତ ହୁଏ।

ତେନ୍ତୁଳି

ଏହାର ପତ୍ରକୁ ପାଣି ସହିତ ବାଟି ଏଥିରେ ଖାଇବାସୋଡା ମିଶାନ୍ତୁ। ଏହି ମିଶ୍ରଣକୁ ସାମାନ୍ୟ ଗରମ କରି ବ୍ୟଥା ହେଉଥିବା ସ୍ଥାନରେ ମିଶ୍ରଣଟି ଶୁଖିଲା ପର୍ଯ୍ୟନ୍ତ ଲଗାନ୍ତୁ। ଏହିପରି ଏକ ମାସ ପର୍ଯ୍ୟନ୍ତ ଲଗାଇଲେ ଅନେକ ସୁଫଳ ମିଳେ।

Comment