ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାର ଦିନ ରାଜ୍ୟର ବନ୍ଦ ରହିବ ସବୁ ସ୍କୁଲ୍। ଏନେଇ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ତୈଳ ଦର ବୃଦ୍ଧିକୁ ନେଇ କଂଗ୍ରେସ ଭାରତ ବନ୍ଦ ଡାକରା ଦେଇଥିବାରୁ ରାଜ୍ୟ ସରକାର ସ୍କୁଲ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।
ଭାରତ ବନ୍ଦରେ ସ୍କୁଲ ପିଲାମାନେ ଯେପରି ଅସୁବିଧାର ସମ୍ମୁଖିନ ନହୁଅନ୍ତି ସେଥିପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।
ତୈଳ ଦର ବୃଦ୍ଧିକୁ ନେଇ କଂଗ୍ରେସ ସୋମବାର ଦିନ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି। ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛି କଂଗ୍ରେସ। ଓଡ଼ିଶାରେ ମଧ୍ୟ କଂଗ୍ରେସ ବନ୍ଦ ପାଳନ କରିବାକୁ ପ୍ରସ୍ତୁତି ଚଳାଇଛି।


















