ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟ ସିଟି ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଛେଚା ଖାଇଛନ୍ତି ରୋମିଓ।

ଯୁବତୀଙ୍କୁ ଏକୁଟିଆ ଦେଖି ତାଙ୍କ ସହ ଅଶ୍ଳୀଳ ବ୍ୟବହାର କରିବାସହ ତାଙ୍କର ପିଛା କରିବା ଜଣେ ଯୁବକଙ୍କୁ ବେଶ୍ ମହଙ୍ଗା ପଡ଼ିଛି। ଗତକାଲି ଏପରି ଘଟଣା ଘଟିଥିଲା ଭୁବନେଶ୍ୱରସ୍ଥିତ ଘାଟିକିଆ ନିକଟବର୍ତ୍ତୀ ଖଣ୍ଡଗିରିବାରୀ ଅଞ୍ଚଳରେ। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହାପରେ ଯୁବକ ଜଣକୁ ଚପଲ ମାଡ଼ ଖାଇବାକୁ ପଡ଼ିଥିଲା। ଯୁବତୀଙ୍କ କହିବାନୁସାରେ, ଘରକୁ ଯିବା ରାସ୍ତାରେ ତାଙ୍କୁ ଏକୁଟିଆ ପାଇ ଯୁବକ ଜଣକ ତାଙ୍କର ପିଛା କରିଥିଲେ। ଏହାଛଡ଼ା ଅଶ୍ଲୀଳ ଅଙ୍ଗ ପ୍ରଦର୍ଶନ ମଧ୍ୟ କରିଥିଲେ ବୋଲି ଯୁବତୀ ଜଣକ କହିଛନ୍ତି।

କିନ୍ତୁ ଯୁବତୀ ଜଣକ ନ ଡରି ରୋମିଓ ଉପରେ ଆକ୍ରମଣ କରିଥିଲେ। ଢୋ ଢୋ ଚାପୁଡ଼ା ମାରିବା ସହ ବଡ଼ ପାଟିରେ ଚିଲାଇଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଲୋକଙ୍କର ଜମିଥିଲା ଭିଡ଼। ଏହାପରେ ଲୋକଙ୍କ ମାଡ଼ ଓ ଗାଳିଗୁଲଜରୁ ନିଜକୁ ବଞ୍ଚାଇ ପାରିନଥିଲେ ଯୁବକ ଜଣକ।

ଖାଲି ସେତିକି ନୁହେଁ, ଯୁବତୀ ଜଣକ ତାଙ୍କୁ ଚପଲରେ ବି ପିଟିଥିଲେ। ଶେଷରେ ବିଚରା ରୋମିଓ କାନଧରି ଉଠ୍‌ବସ୍ ହେବାସହ ଉକ୍ତ ଯୁବତୀଙ୍କ ଗୋଡ଼ ଧରି କ୍ଷମା ମାଗିଥିଲେ। ଏହାଛଡ଼ା ଛାଡ଼ି ଦେବାକୁ ନେହୁରା ମଧ୍ୟ ହୋଇଥିଲେ ।

Comment