ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ତାଙ୍କ ବୟାନ ବଦଳାଇଛନ୍ତି। ନବୀନଙ୍କୁ ଭଲ ଲୋକ କହିବା ସହ ତାଙ୍କୁ ଜଣେ ଚିତ୍ରକର ଭାବେ ପ୍ରଶଂସା କରିଛନ୍ତି।
ଦଳ ବିରୋଧୀ ବୟାନ ଦେଇ ବିଜେଡି ରାଜନୀତିକୁ ଗରମ କରିଥିବା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ସ୍ୱର ଆଜି ନରମିଛି। ସେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଗୋଟେ ଶବ୍ଦ କହି ନଥିବା କହିଛନ୍ତି।
ଡାକ୍ତର ଦାମୋଦର ରାଉତ କହିଛନ୍ତି, “ମୁଖ୍ୟମନ୍ତ୍ରୀ ଜଣେ ଭଲ ଲୋକ। ଜଣେ ଚିତ୍ରକର ଭାବେ ତାଙ୍କର ଅନ୍ତର୍ଜାତୀୟ ସ୍ତରରେ ସୁନାମ ରହିଛି। ତାଙ୍କ ବିରୋଧରେ ମୁଁ ଆଜିଯାଏଁ ପଦେ ବି କହିନି। ହେଲେ ତାଙ୍କ ଅଧସ୍ତନମାନେ କିଛି କରୁ ନାହାନ୍ତି। ଫଳରେ ମୁଖ୍ୟମନ୍ତ୍ରୀ ବଦନାମ ହେଉଛନ୍ତି।”
ଦାମ ଏହି ଅବସରରେ ବିରୋଧୀ ଦଳକୁ ସମାଲୋଚନା କରିଛନ୍ତି। ବିରୋଧୀମାନେ ସେମାନଙ୍କ କାମ ଠିକରେ କରୁ ନାହାନ୍ତି। ଶାସନରେ ଦୁର୍ନୀତିରେ ବିରୋଧୀମାନେ ପର୍ଦ୍ଦାଫାଶ କରିବା କଥା। କିନ୍ତୁ ସେମାନେ ତାଙ୍କ ଦାୟିତ୍ୱ ଠିକ୍ରେ ତୁଲାଉ ନାହାନ୍ତି।
ଯାଜପୁର ଜିଲ୍ଲା ନଗଡ଼ାର ଉଦାହରଣ ଦେଇଛନ୍ତି ଦାମ। ନଗଡ଼ା ପାଇଁ ମୁଖ୍ୟମନ୍ତ୍ରୀ ୨୪୫ କୋଟି ଅନୁଦାନ ଦେଉଥିଲେ। ହେଲେ ଅଫିସରମାନେ ତାଙ୍କ କାମ ଠିକ୍ରେ କରୁ ନଥିଲେ। ଫଳରେ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ବଦନାମ କରିଥିଲେ।
ଗତ କିଛିଦିନ ହେଲା ଦଳ ବିରୋଧୀ କାମ କରି ଚର୍ଚ୍ଚାରେ ରହିଥିଲେ ଦାମ। ଦଳରୁ ଦାମଙ୍କୁ ବହିଷ୍କାର କରିବା ପାଇଁ ଜଗତସିଂହପୁର ଜିଲ୍ଲା ବିଜେଡିର କର୍ମୀମାନେ ଆସି ଫେରାଦ ହୋଇଥିଲେ। ନବୀନ ମଧ୍ୟ ଏହି ଅଭିଯୋଗ ଉପରେ ବିଚାର କରିବେ ବୋଲି କହିଥିଲେ।
ନବୀନଙ୍କ ମନ୍ତବ୍ୟ ପରେ ବି ଦାମ ଚୁପ୍ ରହି ନଥିଲେ। ଜଣେ ଆଇଏଏସ୍ ଅଫିସର ଏବଂ ତିନି ଜଣ ନେତା ବିଜେଡିକୁ ଚଳାଉଥିବା ଦାମ କହିଥିଲେ।








ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ତାଙ୍କ ବୟାନ ବଦଳାଇଛନ୍ତି। ନବୀନଙ୍କୁ ଭଲ ଲୋକ କହିବା ସହ ତାଙ୍କୁ ଜଣେ ଚିତ୍ରକର ଭାବେ ପ୍ରଶଂସା କରିଛନ୍ତି।









