ମୟୁରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ
ଦୁଇ ଦିନିଆ ଗସ୍ତରେ ମୟୁରଭଞ୍ଜ ଆସିଥିଲେ ରାଜ୍ୟପାଳ। ‘କ୍ରାନ୍ତି ଦିବସ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ।
ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଦୁଇ ଦିନ ଲାଗି ମୟୁରଭଞ୍ଜକୁ ଆସିଥିଲେ। ଏବେ ସେ ତାଙ୍କର ଦୁଇ ଦିନିଆ ଗସ୍ତ ସାରି ଭୁବନେଶ୍ଵର ଫେରିଯାଇଛନ୍ତି।
ଗତକାଲି ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ସନ୍ନିକଟ ମହୁଲଢ଼ିହାଠାରେ ଆୟୋଜିତ ହୋଇଥିଲା ୧୦୩ତମ ‘କ୍ରାନ୍ତି ଦିବସ’। ଏହି ଅବସରରେ ମହାମହିମ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଏହି ସମାରୋହରେ ଯୋଗ ଦେଇ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାଛଡ଼ା ପୂର୍ବକ ବିପ୍ଳବୀ ବାଘାଯତୀନଙ୍କ ଆତ୍ମବଳିଦାନର ବର୍ଣନା ମଧ୍ୟ କରିଥିଲେ।
ଆଜି ମାନ୍ୟବର ରାଜ୍ୟପାଳ ବାରିପଦାଠାରେ ଥିବା ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ ପରିସରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବାସହ ଛାତ୍ର ଛାତ୍ରୀମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।
ଏହାପରେ ରାଣୀଭୋଳ ବାଳିକା ବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ସେମାନଙ୍କ ପ୍ରତିଭାର ପ୍ରଶଂସା କରିଥିଲେ। ପରେ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନଙ୍କ ସହ ଜିଲ୍ଲାର ବିଭିନ୍ନ ଦିଗ ଉପରେ ମଧ୍ୟ ଆଲୋଚନା କରିଥିଲେ।