ଓଡ଼ିଶାଲାଇଫ୍ ବ୍ୟୁରୋ

ଗଣେଷ ପୂଜା ଅବସରରେ ଭୁବନେଶ୍ୱରରେ ‘କୋଲ୍‌କତା ଫେସନ୍ ବଜାର’ର ଆଉ ଏକ ଶୋ’ ରୁମ୍ ଉଦ୍‌ଘାଟନ କରାଗଲା। ଗ୍ରାହକଙ୍କ ପାଇଁ ରଖାଯାଇଛି ବମ୍ପର ଅଫର।

ଗଣେଶ ପୂଜା ଅବସରରେ ଗତକାଲି ରାଜଧାନୀର କଳ୍ପନା ଛକଠାରେ ଉଦ୍‌ଘାଟିତ ହୋଇଛି  ‘କୋଲ୍‌କତା ଫେସନ୍ ବଜାର’ର ଆଉ ଏକ ନୂଆ ଶୋ’ ରୁମ୍। ଓଲିଉଡ଼୍ ଅଭିନେତ୍ରୀ ପୁନମ୍ ମିଶ୍ର ଏହି ଶୋ’ ରୁମ୍‌ଟିର ଉଦ୍‌ଘାଟନ କରିଛନ୍ତି। ଏସ୍‌ଜିବିଏଲ୍ ଇଣ୍ଡିଆ ଲିଃର ସିଏମ୍‌ଡ଼ି ଶ୍ରୀଯୁକ୍ତ ଶଙ୍କର ଗୁପ୍ତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

ଏହାଛଡ଼ା ଅମ୍ରିତ ରିଟେଲସ୍‌ର ସିଏମ୍‌ଡ଼ି ଶ୍ରୀଯୁକ୍ତ ଗୌରୀ ଶଙ୍କର ଗୋଏଙ୍କା ଏହାର ସଭାପତିତ୍ୱ କରିଥିଲେ। ଏହି ଉତ୍ସବରେ କମ୍ପାନୀର ଡାଇରେଟର ଶ୍ରୀ ମନିଶ ତୁଲସ୍ୟାନ୍, ଶ୍ରୀ ନିତେଶ ଗୋଏଙ୍କା ଓ ଶ୍ରୀ ନିତିନ୍ ଗୋଏଙ୍କା ଏବଂ ହେମରାଜ ଆଡ଼ଭର୍ଟାଇଜିଂ ମୁଖ୍ୟ ଶ୍ରୀ ଲକ୍ଷ୍ମୀ ନାରାୟଣ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ।

ଏହି ପୂଜା ଅବସରରେ କମ୍ପାନୀ ପ୍ରତ୍ୟେକ କ୍ରୟ ଉପରେ ବମ୍ପର ପ୍ରାଇଜର ସହ ଆକର୍ଷଣୀୟ ପୁରଷ୍କାରର ବ୍ୟବସ୍ଥା ମଧ୍ୟ କରିଛି। ୧୫୦୦ ଟଙ୍କା କ୍ରୟ ଉପରେ ଲଞ୍ଚ ବକ୍ସ ମାଗଣା ଥିବାବେଳେ ୩୦୦୦ ଟଙ୍କା କ୍ରୟ ଉପରେ ସର୍ଭିଂ ସେଟ୍ ମାଗଣା ଦିଆଯାଉଛି।

କେବଳ ସେତିକି ନୁହେଁ, ୫୦୦୦ ଟଙ୍କା କ୍ରୟ ଉପରେ ଡ଼ଫଲ୍ ବ୍ୟାଗ୍ ମାଗଣା ଦିଆଯାଉଥିବା ବେଳେ ୧୦,୦୦୦ ଟଙ୍କା କ୍ରୟ ଉପରେ ଡିନର୍ ସେଟ୍ ମାଗଣାରେ ଦିଆଯାଉଛି। ବିଶେଷକରି ଗ୍ରାହକମାନଙ୍କୁ କ୍ୱାଲିଟିଯୁକ୍ତ ଜିନିଷ ଶସ୍ତା ଦାମ୍‌ରେ ଯୋଗାଇବା ହେଉଛି କମ୍ପାନୀର ମୂଳ ଲକ୍ଷ୍ୟ।

ଅମ୍ରିତ ରିଟେଲସ୍‌ର ସିଏମ୍‌ଡ଼ି ଶ୍ରୀଯୁକ୍ତ ଗୌରୀ ଶଙ୍କର ଗୋଏଙ୍କାଙ୍କ କହିବାନୁସାରେ, ଏହି ଶୋ’ ରୁମ୍‌ରେ ଭାରତର ପ୍ରମୁଖ ମେଟ୍ରୋ ସିଟିରେ ମିଳୁଥିବା ଫ୍ୟାସନ୍ କଲେକ୍ସନ୍କୁ ଉପଲବ୍ଧ କରିବାସହ ପ୍ରତ୍ୟେକ ଜିନିଷକୁ କମ୍‌ଦାମରେ ଗ୍ରାହକଙ୍କୁ ଯୋଗାଇ ଦିଆଯିବ। ଓଡ଼ିଶାରେ ଏହା ହେଉଛି ‘କୋଲ୍‌କତା ଫେସନ୍ ବଜାର’ର ତୃତୀୟ ଶୋ’ ରୁମ୍। ଏହାଛଡ଼ା ଏହାର ଅନ୍ୟ ଦୁଇଟି ଶୋ’ ରୁମ୍ ଢ଼େଙ୍କାନାଳ ଓ କଟକରେ ରହିଛି।

Comment