ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 

ଗଣେଶ ପୂଜାରେ ଓଲିଉଡର ତିନିଟି ବଡ଼ ସିନେମା ରିଲିଜ୍‌ ହେଲାନି, ଏଣୁ ଲଢ଼େଇ ଜମିଲାନି ବୋଲି ଚର୍ଚ୍ଚା ହେଉଛି…

ଏଥର ଗଣେଶ ପୂଜାରେ ଓଡ଼ିଆ ଦର୍ଶକ ଦଶହରାର ମଜା ଉଠାଇବେ ବୋଲି ଆଶା ବାନ୍ଧିଥିଲେ। ସେମାନେ ଆଶା ରଖିଥିଲେ ଯେ ଏଥର ଗଣେଶ ପୂଜା ଅବସରରେ ଅନ୍ୟୁନ ତିନିଟି ବଡ଼ ସିନେମା ରିଲିଜ୍‌ ହେବ, ହେଲେ ସେଭଳି କିଛି ଘଟିଲା ନାହିଁ।

ଦେଖା ଦେଲେନି ସମ୍ବିତ

ଏଥର ଗଣେଶ ପୂଜାରେ ରିଲିଜ୍‌ ହେବାକୁ ପ୍ରଥମେ ଆସିବାର ଥିଲା ସମ୍ବିତ – ସମ୍ଭାବନାଙ୍କ ଅଭିନୀତ ‘ବିଶ୍ୱନାଥ’। ଏହି ଫିଲ୍ମର ମହୁରତରେ ହିଁ ଘୋଷଣା କରାଯାଇଥିଲା କି ଏହା ଗଣେଶ ପୂଜା ଅବସରରେ ରିଲିଜ୍‌ ହେବ।

ମାତ୍ର ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌ରେ ଏହି ଫିଲ୍ମ ଛନ୍ଦି ହେବା ପରେ ‘ବିଶ୍ୱନାଥ’ର କାମ ଅଧାରେ ଅଟକି ଯାଇଥିଲା। ଫଳତଃ ତାହା ଗଣେଶ ପୂଜାରେ ରିଲିଜ୍‌ ହେଲାନି। ଠିକ୍‌ ସେହିପରି ସମ୍ବିତଙ୍କ ଅଭିନୀତ ଅନ୍ୟ ଏକ ସିନେମା ମଧ୍ୟ ଗଣେଶ ପୂଜା ଅବସରରେ ରିଲିଜ୍‌ ହେବ ବୋଲି ଚର୍ଚ୍ଚା ହେଉଥିଲା।

ଏହି ଫିଲ୍ମର ଟାଇଟଲ୍‌ ହେଲା ‘ମନ ଖାଲି ତତେ ଚାହେଁ’। ନିମାଇଁ ଓଝାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସମ୍ବିତଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଅଙ୍କିତା। କିନ୍ତୁ ଏହି ସିନେମା ବି ରିଲିଜ୍‌ ହେଲାନାହିଁ।

ଅରିନ୍ଦମ୍‌ ବନାମ୍‌ ସ୍ୱରାଜ କି ଏଲିନା ବନାମ ସନମୀରା ହେଲାନି

ଏଥର ଗଣେଶ ପୂଜାରେ ଅରିନ୍ଦମ୍‌ ଓ ସ୍ୱରାଜଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବାର କଥା ଥିଲା। ଅରିନ୍ଦମଙ୍କୁ ତ ‘ଇସ୍କ ପୁଣି ଥରେ’ରେ ଦର୍ଶକ ଦେଖିଲେ, ହେଲେ ସ୍ୱରାଜଙ୍କ ଦେଖା ମିଳିଲାନି, କାରଣ ତାଙ୍କ ଫିଲ୍ମ ‘ଲଭ୍ ଏକ୍ସପ୍ରେସ୍‌’ ରିଲିଜ୍‌ ହୋଇପାରିଲା ନାହିଁ।

ଠିକ୍ ସେହିପରି ଓଲିଉଡର ଟପ୍ ନାୟିକା ଏଲିନା ସାମନ୍ତରାୟଙ୍କୁ ଫିଲ୍ମ ‘ଇସ୍କ ପୁଣି ଥରେ’ରେ ଦେଖିବାକୁ ମିଳିଲା। ହେଲେ ସନମୀରାଙ୍କ ‘ଲଭ୍ ଏକ୍ସପ୍ରେସ୍‌’ ରିଲିଜ୍‌ ନ ହେବାରୁ ତାଙ୍କର ଦେଖା ମିଳିଲା ନାହିଁ।

Comment