ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯିବ। ଏନେଇ ଆଜି ଏକ ସଙ୍କଳ୍ପ ଓଡ଼ିଶା ବିଧାନସଭାରେ ପାରିତ ହୋଇଛି। ସର୍ବସମ୍ମତିକ୍ରମେ ଏହି ସଙ୍କଳ୍ପ ଆଜି ପାରିତ ହୋଇଛି। ଏହି ପ୍ରସ୍ତାବକୁ ଓଡ଼ିଶା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ପଠାଯିବ।

କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେସମାରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଥିଲେ। ଝାରସୁଗୁଡ଼ା ବିମାନ ବନ୍ଦରକୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ନବୀନ ଦର୍ଶାଇଥିଲେ।

ରାଜ୍ୟସଭାରେ ନବୀନଙ୍କ ଚିଠିର ଉତ୍ତର ଦେଇଥିଲେ ବିମାନ ଚଳାଚଳ ବିଭାଗର ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା। ସେ କହିଥିଲେ ଯେ ଝାରସୁଗୁଡ଼ା ବିମାନ ବନ୍ଦରର ନାଁ ବଦଳାଇବା ପାଇଁ ରାଜ୍ୟ ସରକାର ଏକ ପ୍ରସ୍ତାବ ଆଣିବେ। ଏହି ପ୍ରସ୍ତାବ ବିଧାନସଭାରେ ପାରିତ ହେବା ପରେ କେନ୍ଦ୍ର ସରକାର ଏନେଇ ବିଚାର କରିବେ।

ଆସନ୍ତା ୨୨ ତାରିଖରେ ଝାରସୁଗୁଡ଼ା ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀ ମୋଦି ଲୋକାର୍ପଣ କରିବେ। ଏହା ପୂର୍ବରୁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତି କ୍ରମେ ସଙ୍କଳ୍ପ ପାରିତ ହୋଇଛି।

Comment