ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋୟର ପିଏମଜିଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷା ଏବଂ ଅଧିକାର ପାଇଁ ଆଜି ଗଣଧାରଣାରେ ବସିଛନ୍ତି ଭାରତୀୟ ମଜଦୁର ସଂଘ।

ଆଜି ମଧ୍ୟାହ୍ନରେ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିଠାରେ ୪ ଦଫା ଦାବି ନେଇ ୩୦୦୦ରୁ ଅଧିକ ସଂଖ୍ୟକ ଦିବ୍ୟାଙ୍ଗ ପିଲାଙ୍କ ଶିକ୍ଷା ଯୋଗାଇ ଦେବା ନିମନ୍ତେ ତାମିଲ ପ୍ରାପ୍ତ “ସ୍ୱତନ୍ତ୍ର ଶିକ୍ଷକ”ମାନେ ଗଣଧାରଣା କରିଛନ୍ତି।

ଦିବ୍ୟାଙ୍ଗଙ୍କ ଶିକ୍ଷା ପ୍ରତି ହୋଇଥିବା ଅନ୍ୟାୟ, ଅତ୍ୟାଚାର ଏବଂ ତାଙ୍କ ଅଧିକାରରୁ ବଞ୍ଚିତ କରିବା ବିଷୟକୁ ନେଇ ଭାରତୀୟ ମଜଦୁର ସଂଘ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ପ୍ରତ୍ୟେକ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି, ଦିବ୍ୟାଙ୍ଗ ଅଧିକାର ୨୦୧୬ର ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା, ଶିକ୍ଷା ସହାୟକ ନିଯୁକ୍ତି ସମୟରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ସେମାନଙ୍କର ଦାବି।

ଏହାସହ ଆରସିଆଇ ପଞ୍ଜିକରଣର ଭୁକ୍ତ ନ ହୋଇ ଭିନ୍ନକ୍ଷମ ପିଲାଙ୍କୁ ଶିକ୍ଷା ଯୋଗାଇ ଦେଉଥିବା ଶିକ୍ଷକ, ସରକାରୀ – ବେସରକାରୀ ସଂସ୍ଥା ଓ ଅନୁଷ୍ଠାନ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଏବଂ ଶିକ୍ଷକ ନିଯୁକ୍ତି ବୟସ ସୀମା ୪୨କୁ ବୃଦ୍ଧି କରିବା ଦାବିକୁ ନେଇ ଓଏସଇଏଫଡି ସରକରାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ସେମାନେ।

ଦିବ୍ୟାଙ୍ଗ ଶିଶୁମାନଙ୍କର ଶିକ୍ଷା ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସିସିପିଡିର ମୁଖ୍ୟ କମଳେଶ ପାଣ୍ଡେ ଏହି ବିଷୟରେ ଅବଗତ ହୋଇ ରାଜ୍ୟ ସରକାର “ସାବତ ମା’”ର ନୀତି ଅବଲମ୍ବନ କରି ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ବୋଲି ସଂଘ ଦାବି କରିଛି।

“ଆମେ ଶିକ୍ଷା ସହ ସଚିବଙ୍କୁ ଭେଟିଥିଲୁ, ସେ ଆମକୁ ଦାବି ପୂରଣର ଭରସା ଦେଇ ଓହରିଗଲେ। ସରକାର ତାଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଲାଗୁ କରୁନାହାନ୍ତି। ଯଦି ଏଥର ଦାବି ପୂରଣ ନହୁଏ, ତେବେ ସଂଘ ଜିଲ୍ଲା ସ୍ତରୀୟ ଆନ୍ଦୋଳନ କରିବୁ” କହିଛନ୍ତି ରଞ୍ଜନ କୁମାର ସାହୁ।

Comment