ଓଡ଼ିଶାଲାଇଭ୍ ବ୍ୟୁରୋ

ଜେଟ୍ ଏୟାରୱେଜ୍ ବିମାନରେ ଅମ୍ଳଜାନ ଅଭାବରୁ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଲେ ଯାତ୍ରୀ। ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଲେ ୧୬୬ ଯାତ୍ରୀ।

ଜେଟ୍ ବିମାନରେ ଯାତ୍ରା କରୁଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିମାନ କର୍ମଚାରୀଙ୍କର ଅବହେଳା ବଶତଃ ଅମ୍ଳଜାନ ସନ୍ତୁଳନ ରକ୍ଷାକାରୀ ସୁଇଚ୍ ଅନ୍ କରିବାକୁ ଭୁଲିଯିବାରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।

ସେଥିପାଇଁ ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ନାକ ଓ କାନରୁ ବାହାରିଥିଲା ରକ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି, ମୁମ୍ବାଇରୁ ଜୟପୁର ଅଭିମୁଖେ ଯାଉଥିବା ଜେଟ୍ ଏୟାରୱେଜ ବି୭୩୭ର ୯ଡବ୍ଲୁ ୬୯୭ ବିମାନରେ।

ମୁମ୍ବାଇରୁ ଉଡ଼ାଣ ପରେ ମଝି ଆକାଶରେ ଯାତ୍ରୀ ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ପାଖାପାଖି ୩୦ ଜଣ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତ ବାହାରିଥିଲା। କ୍ୟାବିନରେ ଅମ୍ଳଜାନ କମିଯିବା କାରଣରୁ ଯାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ।

ଏହାପରେ ବିମାନକୁ ତୁରନ୍ତ ମୁମ୍ବାଇ ଫେରାଇ ଅଣାଯାଇଥିଲା। ଏହି ବିମାନରେ ଥିବା ପ୍ରାୟ ୧୬୬ଜଣ ଯାତ୍ରୀ ଏବଂ ୫ଜଣ କ୍ରିୟୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଥିଲା। ଯାତ୍ରୀମାନଙ୍କର ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯାଇଛି। ଯାତ୍ରୀଙ୍କ ପାଇଁ ବିକଳ୍ପ ବିମାନର ମଧ୍ୟ ବ୍ୟବସ୍ଥା କରାଯାଇଛି।

Comment