ଓଡ଼ିଶାଲାଇଭ୍ ବ୍ୟୁରୋ
ପୋଲିସ ଉପରକୁ ଆକ୍ରମଣ କରିବା ଅଭିଯୋଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଗିରଫ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ପୋଲିସ ଦେବାଶିଷଙ୍କୁ ଛତିଆ ନିକଟରୁ ବୁଧବାର ରାତିରେ ଗିରଫ କରିଛି।
କିଛିଦିନ ତଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବିଜେଡି କର୍ମୀ ଏବଂ ସନା ସେନା ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଗଣ୍ଡଗୋଳ ସୃଷ୍ଟି କରିଥିବା କିଛି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ପାଇଁ ମଙ୍ଗଳବାର ରାତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଏହି ସମୟରେ ପଦନା ଛକରେ ମନ୍ତ୍ରୀଙ୍କ ପୁଅ ଏବଂ ତାଙ୍କର କିଛି ସହଯୋଗୀ ପୋଲିସ ଉପରକୁ ଆକ୍ରମଣ କରିଥିଲେ।


















