ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ ଡିଫ୍‌ଥେରିଆ ରୋଗରେ ୨ ସପ୍ତାହ ମଧ୍ୟରେ ପାଖାପାଖି ୧୧ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି।

ରାଜଧାନୀ ଦିଲ୍ଲୀରେ ଏବେ ଡିଫ୍‌ଥେରିଆର ଆତଙ୍କ ଖେଳିଛି। ନଗର ନିଗମରେ ଥିବା ମହର୍ଷି ବାଲ୍ମିକୀ ସଂକ୍ରାମକ ରୋଗ ହସ୍ପିଟାଲରେ ଏହି ରୋଗରେ ପୀଡ଼ିତ ଥିବା ବହୁତ ରୋଗୀ ଭର୍ତ୍ତି ହୋଇଛନ୍ତି। ଗତ ୨ ସପ୍ତାହ ମଧ୍ୟରେ ଡିଫ୍‌ଥେରିଆରେ ପାଖାପାଖି ୧୧ ଜଣ ଶିଶୁ ମୃତ୍ୟୁ ମୁଖରେ ପଡ଼ିଛନ୍ତି।

ଏହି ହସ୍ପିଟାଲରେ ଗତ ୯ ମାସ ହେବ ଡିଫ୍‌ଥେରିଆ ଇଞ୍ଜେକଶନ ନାହିଁ। ତେଣୁ ଏଠାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି।

ତେବେ ସେପ୍ଟେମ୍ବର ୬ରୁ ୧୯ ତାରିଖ ମଧ୍ୟରେ ଏଠାରେ ପ୍ରାୟ ୮୫ ଜଣ ରୋଗୀ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୭୯ଜଣ ବାହାରୁ ଆସିଥିବା ବେଳେ  ଅନ୍ୟ ୬ ଜଣ ଦିଲ୍ଲୀର। ଡିଫ୍‌ଥେରିଆ ଏକ ସଂକ୍ରାମକ ରୋଗ। ବିଶେଷକରି ବର୍ଷା ଦିନରେ ଏହା ବ୍ୟାପିଥାଏ। ଏହି ରୋଗରେ ୨ରୁ ୧୦ ବର୍ଷର ଶିଶୁମାନେ ବେଶୀ ଆକ୍ରାନ୍ତ ହୋଇଥାନ୍ତି।

Comment