ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ଅବଢ଼ା ଦରର ତାଲିକା ହଟିଲା। ସୁପ୍ରିମକୋର୍ଟ ଆସନ୍ତା ୨୪ତାରିଖରେ ଆଗାମୀ ଶୁଣାଣି କରିବେ।

ଶ୍ରୀମନ୍ଦିରର ଅବଢ଼ା ଦର ତାଲିକାକୁ ନେଇ ରହିଥିବା ବିବାଦ ଏକ ନୂଆ ମୋଡ଼ ନେଇଛି। ସେବାୟତମାନେ ଲାଗୁ କରିଥିବା ମନଇଚ୍ଛା ଦରକୁ ନିୟନ୍ତ୍ରଣ କରିବାପାଇଁ ପଦକ୍ଷେପ ନେଇଛନ୍ତି ଶ୍ରୀ ମନ୍ଦିର ପ୍ରଶାସକ। ଶ୍ରୀମନ୍ଦିରର ସେବାୟତମାନେ ତାଙ୍କ ମନଇଛା ଦରରେ ଅବଢ଼ା ବିକ୍ରି କରୁଥିଲେ। ଏହାଛଡ଼ା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆନନ୍ଦବଜାରରେ ଲାଗିଥିଲା ଅବଢ଼ା ଦରର ତାଲିକା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଏହି ତାଲିକା ଲଗାଯାଇଥିଲା ବୋଲି କହିଥଲେ ଶ୍ରୀମନ୍ଦିର ପ୍ରଶାସନ ଓ ଆନନ୍ଦବଜାର ଶୃଙ୍ଖଳା କମିଟିର ସଦସ୍ୟ। ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି ବେଳେ ଶ୍ରଦ୍ଧାଳୁମାନଙ୍କ ଠାରୁ ସେବାୟତମାନେ ମନଇଛା ଟଙ୍କା ନେଉଥିବା ଅଭିଯୋଗ ହେଉଥିଲା।

ହେଲେ ଏବେ ଶ୍ରୀମନ୍ଦିର ଅବଢ଼ାର ଦର ତାଲିକା ହଟିଛି। ଏହି ତାଲିକାକୁ ହଟାଇବା ପାଇଁ ଶ୍ରମନ୍ଦିର ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ‘ବିନା ଅନୁମତିରେ ଏହି ଦର ତାଲିକା ଲଗାଯାଇଥିଲା।“ ଅନ୍ୟପଟେ ଶ୍ରୀମନ୍ଦିରରେ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ତଥା ଶ୍ରୀମନ୍ଦିର ସଂସ୍କାର ପାଇଁ ନିଯୁକ୍ତ ହୋଇଛନ୍ତି ଆମିକସ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ। ଆଜି ସକାଳୁ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ଆଜି ଶ୍ରୀମନ୍ଦିର ପ୍ରଶାସନ, ଶଙ୍କରାଚାର୍ଯ୍ୟ ଓ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ତିନି ଜଣିଆ କମିଟି ସହ ସୁପ୍ରିମକୋର୍ଟ ଦେଇଥିବା ସଂସ୍କାର ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି। ଆମିକସ କ୍ୟୁରୀଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଆସନ୍ତା ୨୪ତାରିଖରେ ଆଗାମୀ ଶୁଣାଣି କରିବେ। ଶ୍ରୀମନ୍ଦିର ସଂସ୍କାର ପାଇଁ ୧୨ଟି ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ। କେଉଁ ପ୍ରସ୍ତାବକୁ ବିରୋଧ ହେଉଛି ଓ କାହିଁକି, ସେ ବିଷୟରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବେ ଆମିକସ କ୍ୟୁରୀ।

LEAVE A REPLY

Please enter your comment!
Please enter your name here