ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କର ଶୁକ୍ରବାର ଦିନ ରାତି ୩ଟାରେ ହୃଦ୍‌ଘାତରେ ଅକାଳ ବିୟୋଗ ହୋଇଛି।

ବିଶିଷ୍ଟ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କର ଶୁକ୍ରବାର ଅକାଳ ବିୟୋଗ ଘଟିଛି। ଗତକାଲି ବିଳମ୍ବିତ ରାତିରେ କଟକର ଛତ୍ରବଜାରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ।

ଗତକାଲି ରାତି ପ୍ରାୟ ତିନିଟା ବେଳେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା।

ସେ ଓଡ଼ିଆ ଫିଲ୍ମ ଜଗତର ଜଣେ ଜଣାଶୁଣା ପ୍ରଯୋଜକ ଥିଲେ। ସେ ‘ସୁନାପଞ୍ଜୁରୀ’, ‘ସନ୍ତାନ’, ‘ଭାଗ୍ୟ ହାତେ ଡୋରି’, ‘ଲକ୍ଷ୍ମଣ ରେଖା’ ଓ ‘ସିଂହବାହିନୀ’ ଭଳି ବହୁ ସୁପରହିଟ୍ ଓଡ଼ିଆ ଫିଲ୍ମ ନିର୍ମାଣ କରିଥିଲେ।

‘ସୁନାପଞ୍ଜୁରୀ’ ଫିଲ୍ମଟି ପରଦାରେ ସୁପର ଡୁପରହିଟ୍ ହେବାସହ ତାଙ୍କ ପାଇଁ ଖୁବ୍ ପ୍ରଶଂସା ସାଉଁଟିଥିଲା। ଏଥିରେ ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ଭୂମିକା ଅଭିନୟ କରିଥିଲେ।

ସେ ‘ବିଧାତାର ଖେଳ’ ଭଳି କିଛି ଟିଭି ସିରିଏଲ୍ ମଧ୍ୟ ନିର୍ମାଣ କରିଥିଲେ। ତାଙ୍କ ମୃତ୍ୟୁରେ ଓଡ଼ିଶା ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି।

Comment