ଓଡ଼ିଶାଲାଇଭ୍ ବ୍ୟୁରୋ
ଡାହାଣୀ ସନ୍ଦେହରେ ରବିବାର ମୟୂରଭଞ୍ଜ ଜିଲ୍ଲାରେ ହୋଇଛି ଡବଲ ମର୍ଡର। ହତ୍ୟା କରି ସାରିବାପରେ ହତ୍ୟାକାରୀର ଆତ୍ମସମର୍ପଣ।
ମୟୂରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ମଧୁପୁର ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଡାହାଣୀ ସନ୍ଦେହରେ ହେଉଛି ଡବଲ ମର୍ଡର।
ହତ୍ୟା କରି ସାରିବାପରେ ହତ୍ୟାକାରୀ ଜାମଦା ଥାନାରେ ଆତ୍ମସମର୍ପଣ କରିଛି। ମଧୁପୁର ଗ୍ରାମରେ ରହୁଥିବା ଶ୍ୟାମ ବାସ୍କେ ନାମକ ବ୍ୟକ୍ତି କିଛିବର୍ଷ ତଳେ ବିବାହ କରିଥିଲେ। ବିବାହକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ପିଲା ପିଲି ହୋଇନଥିଲା।। କୌଣସି କାରଣରୁ ଶ୍ୟାମଙ୍କ ସ୍ତ୍ରୀର ପାଞ୍ଚ ଥର ଗର୍ଭ ନଷ୍ଟ ହୋଇ ଯାଉଥିଲା।
ଏହାପରେ ଶ୍ୟାମ ତାଙ୍କ ଗ୍ରାମର ତିନିଜଣ ମହିଳାଙ୍କୁ ଡାହାଣୀ ସନ୍ଦେହରେ ଦେଖିଥିଲା। ପଡ଼ୋଶୀ ଦୁଇଜଣ ମହିଳା କାର୍ମି ମୁର୍ମୁ ଓ ସୂର୍ଯ୍ୟ ହେମ୍ବ୍ରମଙ୍କୁ କୁରାଢିରେ ହତ୍ୟାକରିବା ପରେ ନିଜ ସାନ ମାଆ ଜବା ବାସ୍କେଙ୍କୁ ବି ତୀରରେ ଆକ୍ରମଣ କରିବାକୁ ପଛାଇନଥିଲା।
ଘଟଣାସ୍ଥଳରେ ସେହି ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତା’ର ସାନ ମାଆ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଏହି ଘଟଣା ପରେ ହତ୍ୟାକାରୀ ଶ୍ୟାମ ବାସ୍କେ ଜାମଦା ଥାନାରେ ଆତ୍ମସମର୍ପଣ କରି ଘଟଣାକୁ ସ୍ଵୀକାର କରିଛି। ଜାମଦା ପୋଲିସ ଘଟଣାର ତଦନ୍ତ କରୁଛି।