ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଆଗ ଧାଡ଼ିର ନାୟିକା ଏଲିନା ସାମନ୍ତରାୟ ଏଯାଏଁ କେତେ ଜଣ ନାମୀ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇନାହାନ୍ତି। ସେମାନଙ୍କୁ ଜାଣନ୍ତି କି?

ଓଲିଉଡର ଟପ୍ ନାୟିକା ଏଲିନା ସାମନ୍ତରାୟ ୨୦୧୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଇସ୍କ ତୁ ହି ତୁ’ ଜରିଆରେ କ୍ୟାରିଅର ଆରମ୍ଭ କରିଥିଲେ। ଏହାର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ।

ଏହାପରେ ସେ ସୁଧାଂଶୁ ମୋହନ ସାହୁ, ସୁଶାନ୍ତ ମଣି, ବସନ୍ତ ଓ ରମେଶ ରାଉତ, ଅଶୋକ ପତି, କେ.ଏସ୍ କ୍ରିଷ୍ଣା, ଅବତାର ସିଂହ ଜ୍ୟୋତି ଦାସଙ୍କ ଭଳି ଜଣାଶୁଣା ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ଭିନ୍ନ ଭିନ୍ନ ସମୟରେ ଓ ଅଲଗା ଅଲଗା ସିନେମାରେ।

ହେଲେ ଏଯାଏଁ ତାଙ୍କୁ କେତେ ଜଣ ଟପ୍ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ପାଇନାହାନ୍ତି। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ହିମାଂଶୁ ପରିଜା (ଚଣ୍ଡୀ)

ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶନାରେ ଏଲିନା ଏଯାବତ୍‌ କାମ କରିବାର ସୁଯୋଗ ପାଇନାହାନ୍ତି। ଏହି ନିର୍ଦ୍ଦେଶକ ଜଣକ ‘ସୁନାସଂସାର’ରୁ ଆରମ୍ଭ କରି ‘ଲଭ୍‌ ୟୁ ହମେଶା’ ଯାଏଁ ଅନେକ ଓଡ଼ିଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।

ହିମାଂଶୁ ପରିଜା ଏଲିନାଙ୍କୁ ‘ଲଭ ୟୁ ହମେଶା’ରେ ନିର୍ଦ୍ଦେଶନା ଦେବାର ଥିଲା, ମାତ୍ର ଶେଷ ମୁହୂର୍ତ୍ତରେ ତାହା ସମ୍ଭବ ହୋଇନଥିଲା।

ସଞ୍ଜୟ ନାୟକ

‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ରୁ ‘ନିଝୁମ ରାତିର ସାଥୀ’ ଯାଏଁ ଅଲରାଉଣ୍ଡର ସଞ୍ଜୟ ନାୟକ ଇତିମଧ୍ୟରେ ୩୦ରୁ ଅଧିକ ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ହେଲେ ଏଥିମଧ୍ୟରୁ କୌଣସି ବି ଗୋଟିଏରେ ନଜର ଆସିନାହାନ୍ତି ଏଲିନା।

ଦିଲ୍ଲୀପ ପଣ୍ଡା

୨୦୦୭ର ‘ରସିକନଗର’ରୁ ଆରମ୍ଭ କରି ୨୦୧୮ର ନୂଆ ସିନେମା ‘ତୁ ମୋ ସୁନା ଚଢ଼େଇ’ ଯାଏଁ ଓଲିଉଡର ନାମୀ ନିର୍ଦ୍ଦେଶକ ଦିଲୀପ ପଣ୍ଡା ୧୦ରୁ ଅଧିକ ଓଡ଼ିଆ ଛବି ନିର୍ମାଣ କରିଛନ୍ତି।

ସେ ବର୍ଷା ପ୍ରିୟଦର୍ଶିନୀ, ନମ୍ରତା, ପ୍ରିୟା, ରିୟା, ମେଘା ଓ ଝିଲିକଙ୍କ ଭଳି ଟପ୍‌ ହିରୋଇନ୍‌ଙ୍କୁ ନିର୍ଦ୍ଦେଶନା ଦେଇଛନ୍ତି। ହେଲେ ଆଜିଯାଏଁ ଦିଲ୍ଲୀପ ଏଲିନାଙ୍କୁ କୌଣସି ଫିଲ୍ମରେ ନିର୍ଦ୍ଦେଶନା ଦେଇନାହାନ୍ତି।

ସୁଧାକର ବସନ୍ତ

ଓଲିଉଡର ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ହେଲେ ସୁଧାକର ବସନ୍ତ। ସେ ‘ମିତରେ ମିତ’ଠାରୁ ଆରମ୍ଭ କରି ନୂଆ ସିନେମା ‘ସାଥୀ ତୁ ଫେରିଆ’ ଯାଏଁ ୧୦ରୁ ଅଧିକ ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି।

ତେବେ କୌଣସି ଗୋଟିଏ ସିନେମାରେ ବି ନାହାନ୍ତି ଏଲିନା। ଏହା ଅବଶ୍ୟ ଭିନ୍ନ କଥା ଯେ ସୁଧାକର ବସନ୍ତଙ୍କ ନୃତ୍ୟ ନିର୍ଦ୍ଦେଶନାରେ କାମ କରିଛନ୍ତି ଏଲିନା।

ଏସ୍‌. କେ. ମୁରଲୀଧରନ୍

ଛାତି ଚିରି ଦେଲେ ତୁ’ରୁ ଆରମ୍ଭ କରି ‘ଜଷ୍ଟ ମୋହବତ’ ଯାଏଁ ଦଶରୁ ଅଧିକ ସିନେମାର ନିର୍ଦ୍ଦେଶନା ଦେଇଥିବା ଏସ୍. କେ. ମୁରଲୀଧରନ୍ ଜଣେ ଜଣାଶୁଣା କୋରିଓଗ୍ରାଫର୍।

ମୁରଲୀଧରନ୍‌ଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଏଲିନା କାମ କରିଛନ୍ତି, ମାତ୍ର ଏଯାଏଁ ତାଙ୍କ ନିର୍ଦ୍ଦେଶିତ କୌଣସି ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ଅଭିନୟ କରି ନାହାନ୍ତି।

ମୃତ୍ୟୁଞ୍ଜୟ ସାହୁ

ବ୍ୟାଚେଲର୍‌, ଯିଏ ଯାହା କହୁ ମୋର ଢ଼ୋ, ଭୈରବ, ଛାତି ତଳେ ଡିଂଡଙ୍ଗ୍ ଓ ନାୟକର ନାଆଁ ଦେବଦାସ ଭଳି ଓଡ଼ିଆ ସିନେମାର ଲୋକପ୍ରିୟ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି)ଙ୍କ କୌଣସି ଗୋଟିଏ ବି ସିନେମାରେ ଦର୍ଶକ ଦେଖିନାହାନ୍ତି ତାଙ୍କର ପ୍ରିୟ ନାୟିକା ଏଲିନାଙ୍କୁ।

ଶୁଭାଶିଷ ପତି

ଗଡ଼ବଡ଼, ଗୁଣ୍ଡା ଓ ଗୁଡ଼ୁ ଆଣ୍ଡ୍ ଗୁଡି ଭଳି ସିନେମାର ନିର୍ଦ୍ଦେଶନା ଦେଇଥିବା ଲୋକପ୍ରିୟ ନିର୍ଦ୍ଦେଶକଙ୍କ କୌଣସି ଫିଲ୍ମରେ ନାହାନ୍ତି ଏଲିନା।

ଏନ୍ ପାଢ଼ୀ

‘ଏ ମନ ମାନେନା’ ମୁନ୍ନ ଏ ଲଭ ଷ୍ଟୋରି, ଆରେ ସାଥୀ ଆ, ଅଧା ହର୍ଷେଇ ଓ ‘ପାଗଳ ମୁଁ ତୋ’ ପାଇଁ’ ଆଦି ସିନେମାର ନିର୍ଦ୍ଦେଶକ ଏନ୍.ପାଢ଼ୀ ବି ଏଯାଏଁ ଏଲିନାଙ୍କୁ କୌଣସି ଓଡ଼ିଆ ଫିଲ୍ମରେ ଏଲିନାଙ୍କୁ ଏଯାଏଁ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇନାହାନ୍ତି।

Comment