ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଦୋଳନରତ ସରକାରୀ କର୍ମଚାରୀଙ୍କ ପ୍ରତି କଠୋର ହେଲେ ରାଜ୍ୟ ସରକାର। କାମ ନାହିଁ ତ ଦରମା ନାହିଁ ନୀତିକୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ନିଷ୍ପତ୍ତିକୁ ପ୍ରଥମେ ଲାଗୁ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।

ଯେଉଁ କର୍ମଚାରୀମାନେ କାମ ଛାଡ଼ି ଆନ୍ଦୋଳନ କରୁଛନ୍ତି ସେମାନଙ୍କ ଦରମା ବନ୍ଦ କରିବାକୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଆଜି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି।

କିଛିଦିନ ହେଲା ସେକ୍ସନ ଅଫିସର ଏବଂ ମନ୍ତ୍ରୀମାନଙ୍କର ବିଭାଗୀୟ ଅଧିକାରୀମାନେ ଆନ୍ଦୋଳନରେ ବସିଛନ୍ତି।

ଏପଟେ ବ୍ଲକ୍ରଗାଣ୍ଟ ଶିକ୍ଷକମାନେ ମଧ୍ୟ ମାସେରୁ ଅଧିକ ସମୟ ଧରି ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନରତ ଶିକ୍ଷକମାନଙ୍କ ପ୍ରତି ସରକାର କଠୋର ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment