ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରଣ ଜୋହରଙ୍କ ନୂଆ ସିନେମାର ନୂଆ ନାୟିକା ତାରା ସୁତିରିୟାଙ୍କ ଆଫେଆର ବିଷୟରେ ଜାଣନ୍ତୁ…

ପ୍ରଖ୍ୟାତ ନିର୍ମାତା- ନିର୍ଦ୍ଦେଶକ କରଣ ଜୋହରଙ୍କ ଏକ ଆଗାମୀ ସିନେମା ହେଲା ‘ଦି ଷ୍ଟୁଡେଣ୍ଟ ଅଫ୍ ଦ ଇଅର୍’। ଏହା ହେଉଛି ୨୦୧୧ର ସୁପରହିଟ୍ ଫିଲ୍ମ ‘ଦି ଷ୍ଟୁଡେଣ୍ଟ ଅଫ୍ ଦି ଇଅର୍’ର ସିକ୍ୱେଲ। ଏଥିରେ ନାୟକ ଭୂମିକାରେ ଅଛନ୍ତି ଟାଇଗର ଶ୍ରଫ୍। ତାଙ୍କ ବିପକ୍ଷରେ ଦୁଇ ଜଣ ନାୟିକା ଡେବ୍ୟୁ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଅନନ୍ୟା ପାଣ୍ଡେ ଓ ଆର ଜଣକ ତାରା ସୁତରିୟା।

ତାରା ସୁତରିୟାଙ୍କୁ ପୂର୍ବରୁ ୨୦୧୦ରେ ର ପ୍ରସାରିତ ହୋଇଥିବା ଟେଲିଭିଜନ ଶୋ’ ‘ବିଗ୍‌ ବଡ଼ା ବୁମ୍‌’ରେ ଦେଖିବାକୁ ମିଳିଥିଲା। ‘ଦି ଷ୍ଟୁଡେଣ୍ଟ ଅଫ୍ ଦି ଇଅର୍-୨’ର ନାୟିକା ତାରା ସୁତରିୟାଙ୍କ ଆଫେଆର୍‌କୁ ନେଇ ଅନେକ ସମୟରେ ବଲିଉଡରେ ଚର୍ଚ୍ଚା ହୁଏ।

ଏବେ ତାରା ଜଣେ ଖ୍ୟାତନାମା ଦିବଙ୍ଗତ ଅଭିନେତାଙ୍କ ପୁଅଙ୍କ ସହିତ ରିଲେସନସିପ୍‌ରେ ଅଛନ୍ତି ବୋଲି ଜଣାଯାଇଛି। ଏ ଦୁହେଁ ସେମାନଙ୍କର ଇନଷ୍ଟାଗ୍ରାମ୍‌ରେ ସେୟାର୍‌ ମଧ୍ୟ କରୁଛନ୍ତି। ଏଠାରେ ଯେଉଁ ଦିବଙ୍ଗତ ଅଭିନେତାଙ୍କ କଥା କୁହାଯାଉଛି, ସେ ହେଲେ ବିନୋଦ ମେହେରା।

ବିନୋଦ ମେହେରା ଶିଶୁ କଳାକାର ଭାବେ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ। ହେଲେ ’ଏକ୍‌ଥି ରୀତା’ (୧୯୭୧)ରୁ ହିରୋ ଭାବେ କ୍ୟାରିଅର ଶୁଭାରମ୍ଭ କରିଥିଲେ।

ତାଙ୍କ ଅଭିନୀତ କେତୋଟି ଗୁରୁତ୍ୱପୂର୍ଣ୍ଣ ସିନେମା ହେଲା ଅନୁରାଗ୍‌, ପରଦେ କି ପିଛେ, ଏଲାନ୍, ଅମରପ୍ରେମ୍‌, ଲାଲପଥର୍‌, ସ୍ୱର୍ଗ ନର୍କ୍, ପ୍ୟାରୀ ବେହେନା, ନାଜନ୍, ଖୁଦ୍ଧାର, ଅନୁରୋଧ, ଅମରଦୀପ୍, ବେମିସାଲ୍‌ ଇତ୍ୟାଦି। ବିନୋଦ ମେହେରାଙ୍କ ପୁଅ ହେଲେ ରୋହନ୍‌ ମେହେରା। ରୋହନ୍‌ ବି ବଲିଉଡରେ ହିରୋ ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି।

ସେ ସୈଫ୍ ଅଲ୍ଲୀ ଖାନ୍‌ଙ୍କ ସହିତ ‘ବାଜାର୍‌’ ଫିଲ୍ମରେ ନଜର ଆସିବେ। ରୋହନ୍ ଓ ତାରା ପ୍ରେମ ସମ୍ପର୍କରେ ଅଛନ୍ତି। ଏ ଦୁହେଁ ଖୁଲ୍ଲମ୍‌ ଖୁଲ୍ଲା ପ୍ୟାର୍‌ କରୁଛନ୍ତି। ତାରା ଓ ରୋହନଙ୍କ ଏହି ସମ୍ପର୍କ ଆଗକୁ କି ରୂପ ନେଉଛି, ତାହା ଦେଖିବା କଥା।

ରୋହନ୍‌ ବଲିଉଡରେ କେତେ ଦୂର ସଫଳ ହେବେ, ତାହା ବି ଦେଖିବାର କଥା। କାରଣ ଏଠି କ୍ୟାରିଅର୍ ଅନୁସାରେ ବି ଲଭ୍ ଓ ବ୍ରେକ୍‌ ଅପ୍ ଘଟିଥାଏ। ରୋହନ୍‌ ତାରା ସୁତରିୟାଙ୍କର ପ୍ରଥମ ବୟଫ୍ରେଣ୍ଡ୍ ନୁହଁନ୍ତି।

ଏହା ପୂର୍ବରୁ ଏବେକାର ୟଙ୍ଗ ସେନ୍‌ସେସନ୍‌ ଇଶାନ୍‌ ଖଚ୍ଚରଙ୍କୁ ମଧ୍ୟ ଡେଟ୍‌ କରୁଥିଲେ ସେ। ଇଶାନ୍‌ ବଲିଉଡରେ କ୍ୟାରିଅର୍ ଆରମ୍ଭ କରିବା ଆଗରୁ ଏ ଦୁହେଁ ପ୍ରେମ ସମ୍ପର୍କରେ ଥିଲେ। ତା’ପରେ ଇଶାନ୍‌ ମାଜିଦ୍‌ ମାଜିଦିଙ୍କ ଫିଲ୍ମ “ବିୟଣ୍ଡ୍ ଦ କ୍ଲାଉଡସ୍‌’’ ଜରିଆରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ଏକ ଡ୍ରଗ୍‌ ଡିଲର ଭୂମିକା ନିଭାଇଥିଲେ ଇଶାନ୍‌।

ଇଶାନ୍‌ଙ୍କ ମାଆ ହେଉଛନ୍ତି ଅଭିନେତ୍ରୀ ନୀଳିମା ଅଜିମ୍‌ ଓ ବାପା ଅଭିନେତା ରାଜେଶ ଖଟ୍ଟର୍। ସେ ହେଉଛନ୍ତି ଜଣାଶୁଣା ହିରୋ ଶାହିଦ୍ କପୁରଙ୍କ ସାନଭାଇ। ଇଶାନ୍ ଓ ତାରା ମଡେଲିଂ କରୁଥିବା ବେଳେ ଭେଟାଭେଟି ହୋଇଥିଲେ। ତା’ପରେ ଦୁହେଁ ଡେଟ୍ କରିବାକୁ ଲାଗିଲେ।

ସେହି ସମୟରେ ନିର୍ମାତା- ନିର୍ଦ୍ଦେଶକ କରଣ ଜୋହର ‘ଦି ଷ୍ଟୁଡେଣ୍ଟ ଅଫ୍ ଇଅର୍‌-୨’ର ପ୍ଲାନିଂ କରିଲେ। ସେ ଏହି ସିନେମାରେ ଟାଇଗର ଶ୍ରଫ୍‌ଙ୍କ ସହ ଅନନ୍ୟା ପାଣ୍ଡେ ଓ ତାରା ସୁତରିୟାଙ୍କୁ ନେଲେ। ଆପଣ ଜାଣନ୍ତୁ ଯେ, ଏହି ସିନେମାରେ କରଣ ଜୋହର ଇଶାନ୍‌ ଖଟ୍ଟରଙ୍କୁ ବି ନେଇଥିଲେ।

ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥାନ୍ତେ ଇଶାନ୍। ମାତ୍ର ଏଭଳି କିଛି ଘଟିବା ଆଗରୁ ଇଶାନ୍‌ ଓ ତାରାଙ୍କର ବ୍ରେକ୍‌ ଅପ୍‌ ହୋଇଗଲା। ଏଣୁ କାଳେ ଏହି ପ୍ରେମୀଯୁଗଳଙ୍କ ବ୍ରେକ୍ ଅପ୍‌ ଫିଲ୍ମ ଉପରେ ଖରାପ ପକାଇବ ବୋଲି ଆଶଙ୍କା କରି ଇଶାନ୍‌ଙ୍କୁ ଆଉଟ୍‌ କରିଥିଲେ କରଣ। ଏବେ ଇଶାନ୍‌ ଓ ତାରା ଅବଶ୍ୟ ଫ୍ରେଣ୍ଡ୍ସ ଅଛନ୍ତି।

Comment