ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଜୁନିୟର ବଚ୍ଚନ ତାଙ୍କ ନୂଆ ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। କାରଣ ସେ ଦୀର୍ଘଦିନ ପରେ ଏହି ଫିଲ୍ମ ମାଧ୍ୟମରେ ବଡ଼ ପରଦାକୁ ଫେରୁଛନ୍ତି।

ଜୁନିୟର ବଚ୍ଚନ ଅଭିଷେକ ବଲିଉଡରୁ କୁଆଡ଼େ ଉଭାନ ହୋଇଯାଇଥିଲେ। ସେ ଦୀର୍ଘ ୨ ବର୍ଷ ପରେ ପୁଣିଥରେ ବଲିଉଡକୁ ଫେରୁଛନ୍ତି। ଆଗାମୀ ଫିଲ୍ମ ‘ମନମର୍ଜିୟାଁ’ ମାଧ୍ୟମରେ ସେ ବଡ଼ ପରଦାକୁ କମ୍‌ ବ୍ୟାକ୍‌ କରୁଛନ୍ତି।

ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ତାଙ୍କୁ ପଚରା ଯାଇଥିଲା, ସେ କେବେ ନିର୍ଦ୍ଦେଶକର ଭାର ତୁଲାଇବେ। ଏହା ଉତ୍ତରରେ ସେ ଏକ ନୂଆ ତଥ୍ୟ ସାମ୍ନାକୁ ଆଣିଥିଲେ।

ସେ କହିଥିଲେ, “ଏବେ ସେ ଅଭିନୟ କରିବାକୁ ଚାହାଁନ୍ତି, କିନ୍ତୁ ତାଙ୍କ ଧର୍ମପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିର୍ଦ୍ଦେଶନା ଦେବାକୁ ଇଚ୍ଛା ରଖିଛନ୍ତି।“

କାରଣ ଐଶ ସଟିଂ କରି ସରିବାପରେ, ତାଙ୍କର ସବୁ ଶଟ୍‌କୁ ଧ୍ୟାନର ସହ ଦେଖନ୍ତି। ବିଶେଷକରି ଚିତ୍ରିତ ଠିକ୍ ଭାବେ ହୋଇଛି କି ନାହିଁ, ଏହା ଉପରେ ଧ୍ୟାନ ଦେଇଥାନ୍ତି।

ଫିଲ୍ମ ନିର୍ଦ୍ଦେଶନା ପାଇଁ ଯେଉଁ ସବୁ ଦିଗ ଉପରେ ଜ୍ଞାନ ରହିବା ଆବଶ୍ୟକ, ସେହି ସବୁ ଜ୍ଞାନ ଐଶଙ୍କ ପାଖରେ ରହିବା ସହ ଏଥିପାଇଁ ସେ ବେଶ୍ ଆଗ୍ରହ ମଧ୍ୟ ଅଛନ୍ତି।

ସେଥିପାଇଁ ଐଶ୍ୱର୍ଯ୍ୟା ନିର୍ଦ୍ଦେଶକର ଭାର ଭଲ ଭାବେ ତୁଲାଇ ପାରିବେ ବୋଲି ଅଭିଷେକ ଆଶା ରଖିଛନ୍ତି।

Comment