ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିଜିତ ଆୟାର ମିତ୍ରଙ୍କୁ ସମନ କରିବା ପାଇଁ ବିଧାନସଭା ଗୃହ କମିଟି ନିଷ୍ପତ୍ତି ନେଇଛି।

ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କୁ ସମନ କରିବ ବିଧାନସଭା ଗୃହ କମିଟି। ଏନେଇ ଆଜି ଗୃହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଅକ୍ଟୋବର ୧୧ ତାରିଖ ଦିନ ୧୧ଟାରେ ହାଜ ହେବା ପାଇଁ ଅଭିଜିତଙ୍କୁ ସମନ କରାଯିବ। ବିଧାନସଭାର ୫୫ ନମ୍ବର ପ୍ରକୋଷ୍ଠରେ ଅଭିଜିତ ହାଜର ହେବେ।

ବିଶ୍ୱ ଐତିହ୍ୟ କୋଣାର୍କ, ଜଗନ୍ନାଥ ମନ୍ଦିର ଏବଂ ବିଧାୟକମାନଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ ଅଭିଜିତ। ଏହାକୁ ଦଳମତ ନିର୍ବିଶେଷରେ ସବୁ ବିଧାୟକ ବିରୋଧ କରିଥିଲେ। ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ। ଏହାକୁ ବାଚସ୍ପତି ଗ୍ରହଣ କରିଥିଲେ।

ଅଭିଜିତଙ୍କ ଅରୁଚିକର ମନ୍ତବ୍ୟ ବିରୋଧରେ ତଦନ୍ତ ପାଇଁ ଗୃହ କମିଟି ଗଠନ ହୋଇଥିଲା। ଏଥିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଧ୍ୟକ୍ଷ ରହିଥିଲେ। ବିଧାୟକ ଡକ୍ଟର ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରମିଳା ମଲ୍ଲିକ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ସଦସ୍ୟ ରହିଛନ୍ତି।

ଗୃହ କମିଟି ପୋଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ଏବଂ ଏକ ଖବରକାଗଜ ସମ୍ପାଦକଙ୍କୁ ସମନ କରିଥିଲେ। ୨୮ ତାରିଖରେ ହାଜର ହୋଇ ତଥ୍ୟ ଦେବାକୁ ଗୃହ କମିଟି ସମନ କରିଥିଲା। ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ପରେ ଆଜି ଗୃହ କମିଟିର ବୈଠକ ବସିଥିଲା। ଅଭିଜିତ ଆୟାରଙ୍କୁ ନୋଟିସ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

Comment