ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆସନ୍ତା ବର୍ଷ ନଭେମ୍ବର ୨୨ ତାରିଖରେ ରିଲିଜ ହେବା ଆକ୍ସନ ଥ୍ରୀଲର ଫିଲ୍ମ ‘ତାନାଜୀ: ଦି ଅନସଙ୍ଗ ୱାରିୟର’।

ଦୀର୍ଘଦିନ ହେଲା ପରଦାରୁ ଦୂରେଇ ରହିଥିବା ଗୋଲମାଲ ଷ୍ଟାର ଅଜୟ ଦେବଗନ୍ ଇତିମଧ୍ୟରେ ତାଙ୍କ ଆକ୍ସନ୍ ଥ୍ରୀଲର ଫିଲ୍ମ ‘ତାନାଜୀ: ଦି ଅନସଙ୍ଗ ୱାରିୟର’ ର ସୁଟିଂ ଆରମ୍ଭ କରିସାରିଛନ୍ତି।

ଭାରତୀୟ ଇତିହାସର ଯୋଦ୍ଧା ସୁବେଦା ତାନାଜୀ ମାଲୁସରେ ଭୂମିକାରେ ନଜର ଆସିବେ ଗୋଲମାଲ ଷ୍ଟାର ଅଜୟ। ଯିଏକି ଛତ୍ରପତି ଶିବାଜୀ ମହାରାଜାଙ୍କ ସହ ମିଶି ଦେଶ ପାଇଁ ଲଢ଼ିଥିଲେ।

ଏହି ଫିଲ୍ମଟି ଆସନ୍ତା ବର୍ଷ ନଭେମ୍ବର ୨୨ ତାରିଖରେ ରିଲିଜ ହେବାକୁ ଯାଉଛି। ଅଜୟ ତାଙ୍କର ସବୁ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସନ୍ତି।

ଏଥରେ ମଧ୍ୟ ତାଙ୍କର ଚରିତ୍ର ରହିଛି ନିଆରା। ‘ତାନାଜୀ: ଦି ଅନସଙ୍ଗ ୱାରିୟର’ ଫିଲ୍ମରେ ଅଜୟ ନିଜେ ଅଭିନୟ କରିବାସହ ପ୍ରଯୋଜକ କାର୍ଯ୍ୟ ମଧ୍ୟ ତୁଲାଇଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ରାଉତ।

ଏହାବ୍ୟତୀତ ଅଜୟ ଦେବଗନ୍ ରୋହିତ ସେଟ୍ଟିଙ୍କ ଫିଲ୍ମରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହିତ ପରିଣିତି ଚୋପ୍ରା, ଅରଶଦ ୱାରସି, ତୁଷାର କପୁର ଏବଂ କୁନାଲ ଖେମୁ ମଧ୍ୟ ନଜର ଆସିବେ।

Comment