ଓଡ଼ିଶାଲାଇଭ୍ ବ୍ୟୁରୋ

 

ସୋମବାର ସକାଳେ ରାଜଧାନୀରେ ଏକ କାର ଭିତରୁ ମିଳିଛି ଯୁବତୀଙ୍କ ମୃତଶରୀର। ଏହା ଦୁର୍ଘଟଣା ନା ହତ୍ୟା ତାହାକୁ ନେଇ ରାଜଧାନୀ ପୋଲିସ ଚଲାଇଛି ତନାଘନା।

ସୋମବାର ସକାଳେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଲୁଇସ ରୋଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଲୁଇସ ରୋଡସ୍ଥିତ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରେ ଏକ କାର୍‌ ଭିତରୁ ଜଣେ ଯୁବତୀଙ୍କ ମୃତଶରୀରକୁ ଠାବ କରାଯାଇଛି।

କାର୍‌ଟି ରାସ୍ତା ଉପରେ ରଖାଯାଇଥିବା ବେଳେ କାରର ଆଗ ସିଟ୍ ଓ ଡ୍ରାଇଭର ସିଟ୍ ଉପରେ ଯୁବତୀଙ୍କ ମୃତଶରୀର ତଳକୁ ମୁହଁ କରି ପଡ଼ିଥିଲା। ଯୁବତୀଙ୍କୁ ହତ୍ୟା କରାଯାଇଛି କି ଯୁବତୀଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। ଏପର୍ଯ୍ୟନ୍ତ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିନାହିଁ। ଏବିଷୟରେ ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, “ସୋମବାର ସକାଳେ ହନୁମାନ ମନ୍ଦିର ନିକଟରେ ଏକ ଓଆର୦୨ ଏଏମ ୨୬୦୦ ନମ୍ବର ବିଶିଷ୍ଟ ଏକ ଟାଟା ସଫାରି ଗାଡ଼ି ରହିଥିବାର ଦେଖିବାକୁ ମିଳିଥିଲା। ଏହାବ୍ୟତୀତ ଗାଡ଼ି ଆଗର ଡାହାଣପାଖଟି ଚେପା ହୋଇଯାଇଥିଲା।

ଗାଡ଼ି ଭିତରେ ଜଣେ ୩୦-୩୫ ବର୍ଷ ବୟସର ମହିଳାଙ୍କ ମୃତଶରୀର ଆଗ ସିଟରେ ପଡ଼ିଥିବାର ଆମେ ଦେଖିବାକୁ ପାଇଥିଲୁ। ଏହାବ୍ୟତୀତ ଗାଡ଼ି ଭିତରେ ମନିପର୍ସ, ବ୍ୟାଗ୍ ପ୍ରଭୃତି ମଧ୍ୟ ପଡ଼ିଥିଲା।

ବୋଧହୁଏ, ଦୁର୍ଘଟଣାରେ ମହିଳାଙ୍କର ମୃତ୍ୟୁ ଘଟିଥିବ, ନହେଲେ ଏହା ଏକ ସୁ-ସଙ୍ଗଠିତ ହତ୍ୟାକାଣ୍ଡ ହୋଇ ଥାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।“

Comment