ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ଦିନ ରାଜ କପୁରଙ୍କ ଧର୍ମପତ୍ନୀ କୃଷ୍ଣା ରାଜ କପୁର ହୃଦ୍‌ଘାତରେ ଆରପାରିକୁ ଚାଲିଯାଇଛନ୍ତି।

ବଲିଉଡର ପ୍ରଖ୍ୟାତ ଅଭିନେତା ତଥା ଫିଲ୍ମ ନିର୍ମାତା ରାଜ କପୁରଙ୍କ ଧର୍ମପତ୍ନୀ କୃଷ୍ଣା ରାଜ କପୁରଙ୍କର ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା। ସୋମବାର ଦିନ ଭୋର୍‌ ୫ଟାରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି।

ସେ ୧୯୪୬ ମସିହାରେ ରାଜ କପୁରଙ୍କ ସହ ବିବାହ କରିଥିଲେ। ତାଙ୍କର ପ୍ରକୃତ ନାମ ହେଉଛି କୃଷ୍ଣା ମାଲହୋତ୍ରା।

ମୃତ୍ୟୁ ଶଯ୍ୟା ପାଖରେ ତାଙ୍କର ତିନି ପୁତ୍ର ରଣଧୀର କପୁର, ଋଷି କପୁର ଏବଂ ରାଜୀବ କପୁର ତଥା ଦୁଇ ଝିଅ ଋତୁ ଓ ରିମା ଉପସ୍ଥିତ ଥିଲେ।

ତାଙ୍କର ଅକାଳ ବିୟୋଗରେ ଅନେକ କଳାକାରମାନେ ଦୁଃଖ ପ୍ରକାଶ କରିବାସହ ସାରା ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖୋଳିଯାଇଛି।

Comment