ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକଙ୍କ ସହ ଯୋଡ଼ି ହେବା ପାଇଁ କଂଗ୍ରେସ କରିବ ଜନସମ୍ପର୍କ ଅଭିଯାନ। ଗୁରୁବାରଠୁ ଏହି ଅଭିଯାନ ଆରମ୍ଭ ହେବ ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ୩୧୪ ବ୍ଲକରେ ଜନସମ୍ପର୍କ ଅଭିଯାନ କରିବା ପାଇଁ କଂଗ୍ରେସ ଲକ୍ଷ୍ୟ ରଖିଛି।

ବିଜେଡି ସଭାପତି ନବୀନ ପଟ୍ଟନାୟକ ଗାନ୍ଧି ଜୟନ୍ତୀରେ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ସଫଳ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ବିଜେଡି ପଦଯାତ୍ରା ଆରମ୍ଭ କରିଛି। ନଭେମ୍ବର ୧୧ ଯାଏଁ ଚାଲିବ ଏହି ପଦଯାତ୍ରା।

ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବାର ଦୁଇ ଦିନ ପରେ କଂଗ୍ରେସ ଜନସମ୍ପର୍କ ଅଭିଯାନ ଶୁଭାରମ୍ଭକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇ ଉଠିଛି। ତୃଣମୂଳ ସ୍ତରର ଲୋକଙ୍କ ସହ ଯୋଡ଼ି ହେବା ପାଇଁ ଉଭୟ ଦଳ ଜୋରଦାର ପ୍ରୟାସ କରୁଥିବା ସ୍ପଷ୍ଟ ହୋଇଛି।

ରାଜ୍ୟ କଂଗ୍ରେସ ୨୦୧୯ ନିର୍ବାଚନ ପାଇଁ ସଜବାଜ ହୋଇଛି। ୪୪ଟି ଆସନରେ ଆଗୁଆ ପ୍ରାର୍ଥୀ ଚୂଡ଼ାନ୍ତ କରି ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ହୋଇଛି।

Comment