ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନିଙ୍କୁ ଜବାବ ଦେଇଛି ବିଜେଡି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ବିରୋଧରେ ସ୍ମୃତି ଆଣିଥିବା ଅଭିଯୋଗର ଗୋଟି ଗୋଟି ଜବାବ ଦେଇଛି ବିଜେଡି। ବିଜେପି ଶାସିତ ରାଜ୍ୟରେ ମହିଳାମାନେ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ପଚାରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

“ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ବିଜେପି ଭୟଭୀତ ହୋଇଯାଇଛି। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ସହି ପାରୁନି ବିଜେପି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆୟୁଷ୍ମାନ ଭାରତ ଯୋଜନାକୁ ଫିକା କରି ଦେଇଛି। ଏଣୁ ବିଜେପି ଭୟଭୀତ ହେବା ସ୍ୱାଭାବିକ”, କହିଛନ୍ତି ସସ୍ମିତ ପାତ୍ର।

ପେଟ୍ରୋଲ, ଡିଜେଲ ଉପରୁ ଟିକସ ହ୍ରାସ କରିବା ସମ୍ପର୍କରେ ସସ୍ମିତ କହିଛନ୍ତି ଯେ କେନ୍ଦ୍ର ସରକାର କ’ଣ କରୁଛନ୍ତି ତାହା ସମସ୍ତେ ଜାଣିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ କେନ୍ଦ୍ର ସରକାର ଟିକସ କମାଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି। ଭୋଟ ହାତେଇବା ପାଇଁ ମୋଦି ସରକାରରଙ୍କର ଏହା ଏକ ଚାଲ୍ ବୋଲି ସେ ଅଭିଯୋଗ କରିଛନ୍ତି।

ସ୍ମୃତି ଇରାନି ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ନବୀନ ବାବୁ ସବୁଥିରେ ଫେଲ୍ ମାରିଥିବା କହିଥିଲେ। ୨୦୧୯ରେ ବିଜେପି ୧୨୦ରୁ ଅଧିକ ଆସନ ପାଇଁ ସରକାର ଗଠନ କରିବ ବୋଲି ସ୍ମୃତି କହିବା ପରେ ବିଜେଡି ଏହାର ଜବାବ ଦେଇଛି।

Comment