ଓଡ଼ିଶାଲାଇଭ୍ ବ୍ୟୁରୋ
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍ରେ) ମିଶିଲେ ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ। ଶନିବାର ଦିନ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ୨୦୦୯ରୁ ୨୦୧୪ ଯାଏଁ ସେ ମୟୂରଭଞ୍ଜ ଲୋକସଭା ଆସନରୁ ବିଜେଡି ଟିକେଟରେ ସାଂସଦ ଭାବେ ନିର୍ବାଚନ ଲଢ଼ି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହାସହ ସେ ମୟୂରଭଞ୍ଜ ଜିଲ୍ଲା ବିଜେଡିର ୩ ଥର ସଭାପତି ରହିଥିଲେ।
ରାଞ୍ଚିଠାରେ ଅନୁଷ୍ଠିତ ଜେଏମ୍ଏମ୍ର କେନ୍ଦ୍ରୀୟ କମିଟି ବୈଠକରେ ଟୁଡୁ ଯୋଗ ଦେଇଛନ୍ତି। ଜେଏମ୍ଏମ୍ ସଭାପତି ଶିବୁ ସୋରେନଙ୍କ ଉପସ୍ଥିତିରେ ସେ ମିଶିଛନ୍ତି।
ଲକ୍ଷ୍ମଣ ଟୁଡୁ ଅଭିଯୋଗ କରିଥିଲେ ଯେ ବିଜେଡି କର୍ପୋରେଟ ହାଉସରେ ପରିଣତ ହୋଇଯାଇଛି। କର୍ମୀମାନଙ୍କୁ ଅଣଦେଖା କରାଯାଉଛି। ବିଜୁ ବାବୁଙ୍କ ନାଁରେ ଗଢ଼ା ହୋଇଥିବା ଦଳରେ ବିଜୁ ଅନୁଗତ ନାହାନ୍ତି।


















