ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ହୋଇଥିବା ମଦ ଦୋକାନ ସେଲ୍ସମ୍ୟାନ ହତ୍ୟାକାଣ୍ଡର ପରଦାଫାସ୍ ହୋଇଛି। ପୂର୍ବ ଶତ୍ରୁତା ନୁହେଁ, ବରଂ ଲୁଟ ପାଇଁ ଘଟିଥିଲା ସେହି ଜଘନ୍ୟ ହତ୍ୟାକାଣ୍ଡ। ଆଜି ପର୍ଦ୍ଦାଫାସ କରିଛି ବ୍ରହ୍ମପୁର ପୋଲିସ। ହତ୍ୟାକାଣ୍ଡରେ ଜଡ଼ିତ ୫ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିବା ସହ ସେମାନଙ୍କ ପାଖରୁ ନଗଦ ୧୫ ହଜାର ଟଙ୍କା ସମେତ ହତ୍ୟାରେ ବ୍ୟବହୃତ ଠେଙ୍ଗା, ପ୍ଲାଷ୍ଟିକ ପାଇପ ଓ ଲୁହାରଡ୍ ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଜଗଦଲପୁର ବଡ଼ବାଉରୀ ସାହିର ପିଣ୍ଟୁ ଦାସ, ମେଘା ଦାସ, ସନ୍ତୋଷ ଦାସ, ପିଣ୍ଟୁ ଓ ଛତ୍ରପୁର ଅଞ୍ଚଳର ବାଦଲ ଦାସ। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସମସ୍ତେ ନିଜ ଦୋଷ ସ୍ୱୀକାର କରିଥିବା ଏକ ପ୍ରେସମିଟ ମାଧ୍ୟମରେ ପୁଲିସ ସୂଚନା ଦେଇଛି।

ଗତ ୩ ତାରିଖ ବିଳମ୍ବିତ ରାତିରେ ବିଜୟ ଡାକୁଆ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ମଦ ଦୋକାନରେ ସେଲ୍ସମ୍ୟାନ କାମ କରୁଥିବା ବିଜୟଙ୍କୁ କିଏ ଓ କାହିଁକି ହତ୍ୟା କଲା ସେନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ବିଜୟ ସବୁଦିନ ଦୋକାନ ବନ୍ଦ କରି ଟଙ୍କା ନେଇ ଘରକୁ ଫେରୁଥିବା ଜାଣିଥିଲେ ହତ୍ୟାକାରୀ। ଖାସ ଏଥିପାଇଁ ସେମାନେ ଗତ ୩ ତାରିଖରେ ପୂରା ପ୍ଲାନିଂ କରିଥିଲେ। ଯୋଜନାମୁତାବକ ବିଜୟ ଫେରୁଥିବା ବେଳେ ଏମାନେ ତାଙ୍କୁ ହତ୍ୟା କରି ନଗଦ ୨୦ ହଜାର ଟଙ୍କା ଲୁଟି ନେଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍‌ପି  ଶାନ୍ତନୁ ଦାସ।

Comment