ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏବେ ‘ମି ଠୁ’ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଗାୟିକା ସୋନା ମହାପାତ୍ର। ଆସନ୍ତୁ ଜାଣିବା ଆଗରୁ ଏହି ‘ମି ଠୁ’ ଆନ୍ଦୋଳନରେ ବଲିଉଡର କେଉଁମାନେ ଯୋଡ଼ି ହୋଇଛନ୍ତି?

ତନୁଶ୍ରୀ, କଙ୍ଗନା, ବିଣ୍ଟାଙ୍କ ପରେ ଏବେ ସୋନା ମହାପାତ୍ର ଆଣିଛନ୍ତି ଯୌନ ଶୋଷଣର ଅଭିଯୋଗ। କିଛି ଦିନ ପୂର୍ବରୁ ବଲିଉଡ଼ ତାରକା ନାନା ପାଟେକର, ଆଲୋକ ନାଥଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆସିଥିଲା।

କିନ୍ତୁ ଏବେ ଗାୟକ କୈଳାଶ ଖେରଙ୍କ ନାମରେ ମଧ୍ୟ ଏପରି ଅଭିଯୋଗ ଆସିଛି। ଏହି ଅଭିଯୋଗ ତାଙ୍କ ଉପରକୁ ଆଣିଛନ୍ତି ଗାୟିକା ସୋନା ମହାପାତ୍ର। ଆସନ୍ତୁ ଜାଣିବା ‘ମି ଠୁ’ ଆନ୍ଦୋଳନରେ ବଲିଉଡର କେଉଁମାନେ ଯୋଡ଼ି ହୋଇଛନ୍ତି?

ତନୁଶ୍ରୀ ଦତ୍ତ ନାନା ପାଟେକର

ଦୀର୍ଘ ୧୦ ବର୍ଷ ଧରି ଚୁପ୍ ରହିଥିବା ବଲିଉଡ଼ ନାୟିକା ତନୁଶ୍ରୀ ଦତ୍ତ, ଏବେ ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ। ତା’ପରେ ବିବାଦର ଝଡ଼ ଲାଗି ରହିଥିଲା। ୨୦୦୮ରେ ‘ହର୍ଣ୍ଣ ଓକେ ପ୍ଲିଜ’ ପିଲ୍ମ ସୁଟିଂ କରିବା ସମୟରେ ନାନାଙ୍କ ସହ ଏକ ଅନ୍ତରଙ୍ଗ ସିନ୍‌ କରିବାକୁ ବିରୋଧ କରିଥିଲେ ତନୁଶ୍ରୀ। ଏହାପରେ ତନୁଶ୍ରୀ ସୁଟିଂ ସେଟ୍ ଛାଡ଼ି ନିଜ କାର୍‌ରେ ବସିଯାଇଥିଲେ।

କାର୍‌ର ଚାରିଆଡ଼େ ଲୋକେ ଘେରି ଯାଇ ତନୁଶ୍ରୀଙ୍କୁ ଆକ୍ରମଣ କରିଥିଲେ। ସେ କହିବା ଅନୁଯାୟୀ, “ସୁଟିଂ ପୂର୍ବରୁ ମୁଁ ଏଭଳି ସିନ୍ କରିବାକୁ ମନା କରି ଦେଇଥିଲି। ହେଲେ ସେହି ଫିଲ୍ମରେ ଥିବା ଏକ ଗୀତକୁ ଚାରିଦିନରେ ଶେଷ କରିବାର ଥିଲା। କିନ୍ତୁ ଚତୁର୍ଥ ଦିନରେ ନାନା ପାଟେକର ଷ୍ଟେପ ଶିଖାଇବା ବାହାନାରେ ମତେ ଛୁଇଁଥିଲେ”।

ହେଲେ ୧୦ ବର୍ଷ ପରେ ତନୁଶ୍ରୀ ଅଭିନେତା ନାନା ପାଟେକର, କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ, ନିଦ୍ଦେର୍ଶକ ରାକେଶ ସାରଙ୍ଗ ଏବଂ ନିର୍ମାତା ସମ୍ମି ସିଦ୍ଦିକିଙ୍କ ବିରୋଧରେ ଆଇପିସି ଧାରା ୩୫୪ ଓ ୫୦୯ରେ ଏଫଆଇଆର କରିଛନ୍ତି।

କଙ୍ଗଣା ରାଣାୱତ ବିକାଶ ବହଲ

‘କୁଇନ’ ଫିଲ୍ମରେ କଙ୍ଗନା ରାଣାୱତ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକାଶ ବହଲ ଏକାଠି କାମ କରିସାରିଛନ୍ତି। କଙ୍ଗନା କହିଛନ୍ତି, “ଫିଲ୍ମ କୁଇନ ସୁଟିଂ ବେଳେ ବିକାଶ ବହଲ ତାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିଲେ।“ ଏହାପରେ କଙ୍ଗନା ତାଙ୍କ ଉପରୁ ଯୌନ ନିର୍ଯ୍ୟାତନାର ଅଭିଯୋଗ ଆଣିଥିଲେ।

ବିଣ୍ଟା ନନ୍ଦା – ଅମର ନାଥ

ଟେଲିଭିଜନ ଜଗତର ଜଣାଶୁଣା ନିର୍ଦ୍ଦେଶିକା ତଥା ଲେଖିକା ବିଣ୍ଟା ନନ୍ଦା ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି। ସେ ଏହି ଅଭିଯୋଗ ଆଲୋକ ନାଥଙ୍କ ଉପରେ ଆଣିଥିଲେ। ସେ ଏହି ଦୁଷ୍କର୍ମକୁ ଫେସବୁକ୍ ପେଜ୍‌ରେ ପୋଷ୍ଟ କରିଛନ୍ତି।

ସୋନା ମହାପାତ୍ର – କୈଳାଶ ଖେର

ଏହି ଅଭିଯୋଗରୁ ସୁଫି ସିଙ୍ଗର ବି ବାଦ୍ ପଡ଼ିନାହାନ୍ତି। ସୋନା ଗୋଟେ ପରେ ଗୋଟେ ଟ୍ୟୁଟି୍ କରି ନିଜ ସହ ହୋଇଥିବା ଯୌନ ନିର୍ଯ୍ୟାତନା ବିଷୟରେ ଟ୍ୟୁଟି୍ କରିଛନ୍ତି। ସୋନା କହିଛନ୍ତି, “ସେ ଏକ କ୍ୟାଫେରେ କୈଳାଶ ଖେରଙ୍କ ସହ ପ୍ରଥମଥର ପାଇଁ ଭେଟିଥିଲେ। ସେ ଏକ କନ୍‌ସର୍ଟକୁ ନେଇ ତାଙ୍କ ସହ ଆଲୋଚନା କରୁଥିଲେ।

ଆଲୋଚନା ସମ଼଼ୟରେ କୈଳାଶ ଖେର ବାରମ୍ବାର ତାଙ୍କ ଜଙ୍ଘ ଉପରେ ହାତ ରଖି ତାଙ୍କୁ ସୁନ୍ଦର ବୋଲି କହିଥିଲେ। ଏହାକୁ ନେଇ ସେ ଟୁଇଟ୍‌ କରିଛନ୍ତି  ଏବଂ ତାଙ୍କୁ ବିରୋଧ କରୁଥିବା ଲୋକଙ୍କୁ କଡ଼ା ଜବାବ ମଧ୍ୟ ଦେଇଛନ୍ତି। ସୋନାଙ୍କ ଏହି ଅଭିଯୋଗ ବଲିଉଡ଼ରେ ‘ମି ଠୁ’ ଝଡ଼କୁ ଆହୁରି ଜୋରଦାର କରିଛି।

Comment