ଓଡ଼ିଶାଲାଇଭ୍‌ ବ୍ୟୁରୋ

“୨୦୧୯ ପୂର୍ବରୁ ରାଫେଲ୍ ସ୍କାମକୁ ବଡ଼ ପ୍ରସଙ୍ଗ କରିଛି କଂଗ୍ରେସ। ଏହି ଦୁର୍ନୀତିକୁ ନେଇ କଂଗ୍ରେସ ଭାରତର ବିଭିନ୍ନ ଗାଁକୁ ଯିବ”, ବେଙ୍ଗାଳୁରୁରେ ଏହି ଆହ୍ୱାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ରାହୁଲ କହିଥିଲେ ଯେ ହାଲ୍ ହେଉଛି ଆମ ଦେଶର ସାମରିକ ସମ୍ପତ୍ତି। ଏହାକୁ ମୋଦି ସରକାର ନଷ୍ଟ କରି ଦେଉଛନ୍ତି। କଂଗ୍ରେସ ଏହାକୁ ନେଇ ଗାଁ ଗାଁରେ ଜୋରଦାର ଆନ୍ଦୋଳନ କରିବ।

“ରାଫେଲ ଉପରେ ଭାରତର ସବୁ ନାଗରିକଙ୍କର ଅଧିକାର ରହିଛି। କିନ୍ତୁ ଏଚ୍‌ଏଏଲ କମ୍ପାନିକୁ ନଷ୍ଟ କରିଦେବା ପାଇଁ ମୋଦି ସରକାର ଚାହୁଁଛନ୍ତି। ଏଚ୍‌ଏଏଲ୍ କମ୍ପାନିର ସାଥ୍‌ ଦେଇ ଆମକୁ ବଡ଼ ଲଢ଼େଇ ଲଢ଼ିବାକୁ ପଡ଼ିବ। ବୟୂସେନା ସହିତ ଆମେ ଅଛୁ ଏବଂ ରହିବୁ”, କହିଛନ୍ତି ରାହୁଲ ଗାନ୍ଧି।

ଏହି ଅବସରରେ ସେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବି ସମାଲୋଚନା କରିଛନ୍ତି। ମୋଦି ସରକାର ଭ୍ରଷ୍ଟାଚାର କରି ଦେଶକୁ ବରବାଦ କରିଦେବାକୁ ଚାହୁଁଛନ୍ତି ବୋଲି ରାହୁଲ ବେଙ୍ଗାଳୁରୁରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବର୍ଷିଛନ୍ତି।

ରାଫେଲ ଚୁକ୍ତିରେ ଦୁର୍ନୀତି ହୋଇଥିବା ରାହୁଲ ଅଭିଯୋଗ କରି ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହାକୁ ଅସ୍ତ୍ର କରି ରାହୁଲ ଗାଁ ଗାଁକୁ ଯିବା ପାଇଁ କଂଗ୍ରେସ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି।

Comment