ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶର ବିକାଶ ପାଇଁ ମା’ ପୀତାମ୍ବରାଙ୍କ ପୀଠରେ ପୂଜାର୍ଚ୍ଚନା କରିଛନ୍ତି ରାହୁଲ ଗାନ୍ଧି।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ କଂଗ୍ରେସ। ମଧ୍ୟପ୍ରଦେଶକୁ କବ୍‌ଜା କରିବା ପାଇଁ ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧି ପୂରା ଜୋସ୍ ଲଗାଇ ଦେଇଛନ୍ତି। ମଧ୍ୟପ୍ରଦେଶରେ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ରାହୁଲ ଆଜି ଶକ୍ତିପୀଠରେ ପୂଜାର୍ଚ୍ଚନା କରିଛନ୍ତି।

ମଧ୍ୟପ୍ରଦେଶର ଦତିଆସ୍ଥିତ ମା’ ପୀତାମ୍ବରାଙ୍କ ଶକ୍ତିପୀଠ। ଏହି ପୀଠରେ ଆଜି ଦେଖିବାକୁ ମିଳିଥିଲେ ରାହୁଲ ଗାନ୍ଧି, ମଧ୍ୟପ୍ରଦେଶ କଂଗ୍ରେସ କମିଟି ସଭାପତି କମଲନାଥ, ପ୍ରଚାର କମିଟି ଅଧ୍ୟକ୍ଷ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ।

ରାହୁଲ ଫୁଲମାଳ ପକାଇ ପୀଠରେ ବସି ପୂଜା କରୁଥିବା ବେଳେ କମଲନାଥ ଏବଂ ଜ୍ୟୋତିରାଦିତ୍ୟ ହାତଯୋଡ଼ି ଛିଡ଼ା ହୋଇଥିଲେ।

ମଧ୍ୟପ୍ରଦେଶର ବିକାଶ ପାଇଁ ରାହୁଲ ଏହି ପୂଜାର୍ଚ୍ଚନା କରିଥିବା ଚର୍ଚ୍ଚା ହୋଇଛି। କଂଗ୍ରେସ ମଧ୍ୟପ୍ରଦେଶ ନିର୍ବାଚନରେ ବିଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରି ଭୋଟରଙ୍କ ନିକଟତର ହେଉଛି।

ମା’ ପୀତାମ୍ବରା ଦେବୀଙ୍କ ସହ ଗାନ୍ଧି ପରିବାରର ପୁରୁଣା ସମ୍ପର୍କ। ରାହୁଲଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧି ଏବଂ ରାଜୀବ ଗାନ୍ଧି ମଧ୍ୟ ଏହି ମନ୍ଦିରକୁ ଆସି ପୂଜାର୍ଚ୍ଚନା କରିଥିଲେ।

Comment